ଓଡିଶାରେ ନକ୍ସଲ ମୁଭମେଣ୍ଟର ନେତୃତ୍ୱ ନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର

ଓଡିଶାରେ ନକ୍ସଲ ମୁଭମେଣ୍ଟର ନେତୃତ୍ୱ ନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର। ଦେଶର ୩୮ ଜିଲ୍ଲା ନକ୍ସଲ ପ୍ରଭାବିତ ହୋଇଥିବା ବେଳେ ଓଡିଶାର ୭ ଜିଲ୍ଲା ନକ୍ସଲ ପ୍ରବଣ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଏସଏଫ ଆଇଜି ସିଡି ଅଗ୍ରୱାଲ ।
କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୬ ସୁଦ୍ଧା ନକ୍ସଲମାନଙ୍କର ମୂଳପୋଛ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥି ପାଇଁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି। ନକ୍ସଲମାନେ ପୁଲିସ ନିକଟରେ ଭୟରେ ଆତ୍ମସମର୍ପଣ କରୁଛନ୍ତି। ଧୀରେଧୀରେ ନକ୍ସଲ ଗତିବିଧି ହ୍ରାସ ପାଇବାରେ ଲାଗିଛି। ସୁରକ୍ଷା ବ୍ୟବସ୍ଥା ମଜବୁତ ସାଙ୍ଗକୁ ବିକାଶ କାମ ଯୋଗୁଁ ନକ୍ସଲମାନେ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ତଥାପି ଏବେ ବି ମଝିରେ ମଝିରେ ନକ୍ସଲ ଗତିବିଧି ଜାରି ରହିଛି।
ସେ କହିଛନ୍ତି, ଚଳିତ ବର୍ଷ ଓଡ଼ିଶାରେ ୩ ଦୁର୍ଦ୍ଦାନ୍ତ ନକ୍ସଲଙ୍କୁ ନିଷ୍କ୍ରିୟ କରାଯିବା ସହ ୨୪ରୁ ଉର୍ଦ୍ଧ୍ୱ କୁଖ୍ୟାତ କ୍ୟାଡ଼ରଙ୍କୁ ଆତ୍ମସମର୍ପଣ କରିବାରେ ସଫଳ ହୋଇଛି ବିଏସଏଫ। ସେହିପରି ୩୪ଟି ଆଇଇଡି, ୧୧୭ଟି ଗ୍ରେନେଡ ସହ ବିଏସଏଫ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବାରେ ସଫଳ ହୋଇଛି। ସେ କହିଛନ୍ତି, ଆଗକୁ ମଧ୍ୟ ନକ୍ସଲ ବିରୋଧୀ ଅପରେସନ ଜାରି ରହିବ।