Breaking PLUSଓଡ଼ିଶାମୁଖ୍ୟ ଖବର

ପୋଖରୀ ହୁଡ଼ାରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରୁ ନିଖୋଜ ୭ ବର୍ଷୀୟ ନାବାଳିକା ଶିଶୁକନ୍ୟାର ମୃତଦେହ ସୋମବାର ଉଦ୍ଧାର ହୋଇଛି। ସୁନ୍ଦରକୋଇଲି ଗାଁର ଏକ ପୋଖରୀ ହୁଡ଼ାରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଉକ୍ତ ନାବାଳିକା ଜଣକ ଶୁକ୍ରବାର ଠାରୁ ନିଖୋଜ ଥିଲେ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରୁ ନିଖୋଜ ୭ ବର୍ଷୀୟ ନାବାଳିକା ଶିଶୁକନ୍ୟାର ମୃତଦେହ ସୋମବାର ଉଦ୍ଧାର ହୋଇଛି। ସୁନ୍ଦରକୋଇଲି ଗାଁର ଏକ ପୋଖରୀ ହୁଡ଼ାରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଉକ୍ତ ନାବାଳିକା ଜଣକ ଶୁକ୍ରବାର ଠାରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ନପାଇବାରୁ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସମ୍ପର୍କୀୟ ମାମୁଁଙ୍କୁ ଅଟକ ରଖି ପଚରାଉଚରା ସହ ତଦନ୍ତ ଆରମ୍ଭ କରିଛି। ଶିଶୁ କନ୍ୟାର ତଣ୍ଟି କାଟି ହତ୍ୟା କରି ଖାଲରେ ପୋତି ଦେଇଥିଲେ ସମ୍ପର୍କୀୟ ମାମୁଁ ବୋଲି ସୂଚନା ରହିଛି ।

ସୂଚନା ଯେ, ସୁନ୍ଦୁରିକୁଲି ଗ୍ରାମର ବଳରାମ ପାତ୍ରଙ୍କ ଝିଅ ବିଷ୍ଣୁପ୍ରିୟା ପାତ୍ର ଗତ ଶୁକ୍ରବାର ସକାଳେ ଟ୍ୟୁସନ ସାରି ୯ଟାରେ ଘରକୁ ଫେରିଥିଲା । ତାପରେ ନିକଟସ୍ଥ ଜମ୍ଭୀରାଇ ଗ୍ରାମରେ ଥିବା ମାମୁଁ ଘରକୁ ସେ ବୁଲି ଯାଇଥିଲା । ସନ୍ଧ୍ୟାରେ ନେଉଳି ମାମୁଁ ଘରୁ ନ ଫେରିବାରୁ ତାକୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ମାମୁଁ ଘର ଲୋକେ ନେଉଳି ତାଙ୍କ ଘରକୁ ଯାଇ ନଥିବା କହିଥିଲେ । ପରେ ରାତି ସାରା ନେଉଳିକୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ ।

Show More

Related Articles

Back to top button