Breaking PLUSଓଡ଼ିଶାମୁଖ୍ୟ ଖବର

ଡିନାମାଇଟ୍ ଲଗାଇ ନଦୀ ବନ୍ଧ ରାସ୍ତାକୁ ଉଡ଼ାଇବା ଘଟଣା, ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍

ଡିନାମାଇଟ୍ ଲଗାଇ ଜଳସେଚନ ବନ୍ଧ ରାସ୍ତାକୁ ଉଡ଼ାଇବା ଘଟଣାରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ଜଣଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ୬ସପ୍ତାହ ଭିତରେ ଜବାବ ରଖିବାକୁ ଲୋକାୟୁକ୍ତ ନୋଟିସ୍‌ ଦେଇଛନ୍ତି। ଆସନ୍ତା ଡିସେମ୍ବର ୧୨ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ଡିନାମାଇଟ୍ ଲଗାଇ ଜଳସେଚନ ବନ୍ଧ ରାସ୍ତାକୁ ଉଡ଼ାଇବା ଘଟଣାରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ଜଣଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ୬ସପ୍ତାହ ଭିତରେ ଜବାବ ରଖିବାକୁ ଲୋକାୟୁକ୍ତ ନୋଟିସ୍‌ ଦେଇଛନ୍ତି। ଆସନ୍ତା ଡିସେମ୍ବର ୧୨ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

୫ ନମ୍ବର ଜାତୀୟ ରାଜପଥରେ ଗୋକର୍ଣ୍ଣେଶ୍ବରଠାରୁ ବୁଢ଼ାଲିଙ୍ଗ ମଝିପଡ଼ା ରାସ୍ତା (୨୦ କି.ମି) ସଲଗ୍ନ ଜଳସେଚନ ରାସ୍ତାକୁ ଡିନାମାଇଟ୍ ଜରିଆରେ ରାମପୁରଠାରେ ଉଡ଼ାଇ ଦିଆଯାଇଛି। ଫଳରେ ବନ୍ୟାର ତୀବ୍ର ସ୍ରୋତ ଯୋଗୁଁ ରାସ୍ତା ଫାଟିଯିବା ସହିତ ୪ହଜାର ଏକ ଚାଷ ଜମି ନଷ୍ଟ ହୋଇଛି। ସୂଚନାଧିକାର କର୍ମୀ ସ୍ଥାନୀୟ ଅଞ୍ଚଳକୁ ଗସ୍ତ କରିବା ପରେ ଏହି ବଡ଼ ଧରଣର ଷଡ଼୍‌ଯନ୍ତ୍ର ସାମ୍ନାକୁ ଆସିଥିଲା। ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିକୁ ଚପାଇବା ପାଇଁ ସ୍ଥାନୀୟ ବିଧାୟକ ଶ୍ରୀ ବଳବନ୍ତରାୟ ଓ ପାଣିକୋଇଲି ଉପଖଣ୍ଡ ଆର ଏଣ୍ଡ ବିର କନିଷ୍ଠ ଯନ୍ତ୍ରୀ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା।

୨୦୧୬ ମସିହାରେ ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୨ କୋଟି ଧାର୍ଯ୍ୟ ହୋଇଥିବାବେ‌ଳେ ୨୦୧୮ ମସିହା ସୁଦ୍ଧା କାର୍ଯ୍ୟ ସଂପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଥିଲା। ମାତ୍ର ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ଯୋଗୁଁ କାର୍ଯ୍ୟରେ ବିଳମ୍ବ ହେବା ସହିତ ପ୍ରକଳ୍ପର ଅଟକଳ ମୂଲ୍ୟ ୨୪.୪୭ କୋଟିକୁ ବୃଦ୍ଧି ପାଇଥିଲା। ୨୦୧୯ ମସିହାରେ ବନ୍ଧ ରାସ୍ତା କାମ ଆରମ୍ଭ ହୋଇଥିବା ବେଳେ କାମ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ନଜରକୁ ଆସିଥିଲା। ଏବେ ବନ୍ଧ ରାସ୍ତା ନଷ୍ଟ ହେବା ପରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଯାଇଛି। ଅଭିଯୋଗର ଶୁଣାଣ କରି ଲୋକାୟୁକ୍ତ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ସମେତ ଯାଜପୁର ଜିଲ୍ଲାପାଳ, ପାଣିକୋଇଲି ଉପଖଣ୍ଡର ନିର୍ବାହୀ ଯନ୍ତ୍ରୀ, ଜାରକା ଉପଖଣ୍ଡର ଉପ-ନିର୍ବାହୀ ଯନ୍ତ୍ରୀ ଓ ପାଣିକୋଇଲି ଉପଖଣ୍ଡର କନିଷ୍ଠ ଯନ୍ତ୍ରୀଙ୍କୁ ନୋଟିସ୍ ଜାରି କରିଛନ୍ତି ଲୋକାୟୁକ୍ତ।

Show More

Related Articles

Back to top button