Breaking PLUSଓଡ଼ିଶାବିଧାନସଭାମୁଖ୍ୟ ଖବର

କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା: ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ, ୧ ମିନିଟ ନୀରବ ପ୍ରାର୍ଥନା ସହ ଗୃହ ୪ଟା ପର୍ଯ୍ୟନ୍ତ ମୁଲତବୀ

କୁନ୍ନୁର ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ । ସିଡିଏସ୍ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ । ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମର୍ଥନ ଜଣାଇଲେ ।

ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ ୧୧ ଜଣ ସେନା ଅଧିକାରୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇ ବିଧାନସଭାକୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

୧୩ ଜଣଙ୍କ ବିୟୋଗରେ ବିଧାନସଭାରେ ଗୋଟିଏ ମିନିଟ ନିରବ ପ୍ରାର୍ଥନା ହୋଇଛି । ଦିବଙ୍ଗତଙ୍କ ଆତ୍ମାଙ୍କୁ ସଦଗତି ପାଇଁ ଗୃହରେ ନୀରବ ପ୍ରାର୍ଥନା ହୋଇଛି ।

Show More

Related Articles

Back to top button