Breaking PLUSଓଡ଼ିଶାମୁଖ୍ୟ ଖବର

ବିଧାନସଭାରେ ଓଡ଼ିଶା ଭୂସଂସ୍କାର ଦ୍ୱିତୀୟ ସଂଶୋଧନ ବିଲ୍ ୨୦୨୩ ପାରିତ

ଭୁବନେଶ୍ୱର, 23 ନଭେମ୍ବର – ବିଧାନସଭା ଅଧିବେଶନର ତୃତୀୟ ଦିନରେ ଗୁରୁବାର ଦ୍ୱିତୀୟାର୍ଦ୍ଧ ବୈଠକରେ ଓଡ଼ିଶା ଭୂସଂସ୍କାର ଦ୍ୱିତୀୟ ସଂଶୋଧନ ବିଲ୍ ୨୦୨୩ ପାରିତ ହୋଇଛି । ଏହି ବିଲ୍ ଆସିବା ଫଳରେ ଏଣିକି ସିକିମ ସତା ଥିବା ଉପଚାଷୀ ଏବଂ ଉପରୟତମାନେ ଜମିର ମାଲିକାନା ପାଇପାରିବେ । ୧୯୭୭ ପର୍ଯ୍ୟନ୍ତ କେବଳ ଚାଷ ଜମି ମାଲିକାନା ପାଇଁ ପାରୁଥିଲେ । କିନ୍ତୁ ଏଣିକି ଉଭୟ ଚାଷଜମି ଏବଂ ବାସଗୃହ ଜମିର ମାଲିକାନା ପାଇପାରିବେ । ଜମିର ମାଲିକାନା ପାଇବା ପାଇଁ ୨ ବର୍ଷ ଭିତରେ ରାଜସ୍ୱ ଅଧିକାରୀଙ୍କ ନିକଟରେ ଆବେଦନ କରି ମାଲିକାନା ସତା ନେଇ ପାରିବେ । ମାଲିକାନା ପାଇବା ପାଇଁ ଆବେଦନକାରୀଙ୍କୁ ଏକର ପିଛା ୧୪,୨୦୦ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ ।

Show More

Related Articles

Back to top button