Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଓଡ଼ିଶାକୁ ସାର ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଓଡିଶାକୁ ସାର ଯୋଗାଣ ନେଇ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ମେ, ଜୁନ୍ ଓ ଜୁଲାଇ ମାସରେ କମ୍ ସାର ଯୋଗାଣ ହୋଇଛି । ଖରିଫ ଋତୁ ସମୟରେ ମିଳିଛି ମାତ୍ର ୧ଲକ୍ଷ ୪୫ହଜାର ୧୪୫ ମେଟ୍ରିକ୍ ଟନ୍ ସାର । ଆବଶ୍ୟକ ଚାହିଦାର ମାତ୍ର ୬୨ % ୟୁରିଆ କେନ୍ଦ୍ର ଦେଇଛି ।

ଅନ୍ୟ ସାର ମାତ୍ର ୬୦ରୁ ୭୨% ମିଳିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ୟସ୍ ପାଇଁ ରାଜ୍ୟର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଚାଷୀଙ୍କୁ ଉତ୍ପାଦନ ବଢାଇବା ପାଇଁ ସାରର ଆବଶ୍ୟକତା ରହିଛି । କମ୍ ସାର ଯୋଗାଣ ଚାଷ ଓ ଚାଷୀଙ୍କୁ ପ୍ରତିକୂଳ ପ୍ରଭାବ ପକାଉଛି । ତେଣୁ ତୁରନ୍ତ ରାଜ୍ୟକୁ ଅଧିକ ସାର ଯୋଗାଇବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Show More

Related Articles

Back to top button