Breaking PLUSଓଡ଼ିଶାମୁଖ୍ୟ ଖବର
ଅପମିଶ୍ରିତ ଖାଦ୍ୟ ଉପରେ ହେବ ଚଢାଉ

ଭୁବନେଶ୍ୱର- ଅପମିଶ୍ରିତ ଖାନ୍ୟ ଉପରେ ହେବ ଚଢାଉ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପାର୍ବଣ ସମୟରେ ଅପମିଶ୍ରିତ ଖାଇବା ସାମଗ୍ରୀ ଉପରେ ଜୋରଦାର ଚଢ଼ାଉ ହେବ। ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପାର୍ବଣ ସମୟରେ ନିୟମିତ ଚଢ଼ାଉ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଦୁଗ୍ଧ ଜାତୀୟ ସାମଗ୍ରୀ ଉପରେ ବିଶେଷ ନଜର ରହିବ। ବିଭିନ୍ନ ପ୍ରକାର ମିଠା ବ୍ୟବସାୟ ଉପରେ ମଧ୍ୟ ଚଢ଼ାଉ ହେବ ବୋଲି ସେ କହିଛନ୍ତି। ଏନେଇ ଏନଫୋର୍ସମେଣ୍ଟ ଟିମକୁ ନିର୍ଦେଶ ଦିଆଯାଇଛି। ଅପମିଶ୍ରଣ ହେଉଥିବା ପ୍ରମାଣ ମିଳିଲେ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।