Breaking PLUSଓଡ଼ିଶାମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

କନ୍ଧମାଳରେ ହେବ ମେଡ଼ିକାଲ କଲେଜ

କନ୍ଧମାଳରେ ଗଠନ ହେବ ମେଡ଼ିକାଲ କଲେଜ । ୫ଶହ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ କାମ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏହି ବଡ଼ ଘୋଷଣା କରିଛନ୍ତି । ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି । କନ୍ଧମାଳ ସୁନାର ଭୂମି, ଏ ମାଟିରେ ସୁନା ଫଳେ । କନ୍ଧମାଳ ହଳଦୀ ବିଶ୍ୱରେ ଏକ ନାମୀ ବ୍ରାଣ୍ଡ ଭାବେ ପ୍ରତିଷ୍ଠା ଲାଭ କରିଥିବା କହିଛନ୍ତି । ଇକୋ ଟୁରିଜିମ୍ ପାଇଁ କନ୍ଧମାଳ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । କନ୍ଧମାଳରେ ଭିତ୍ତିଭୂମି ବିକାଶକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ ଦେଇଛନ୍ତି ।

ସେହିପରି କନ୍ଧମାଳରେ ବିଜୁ ସେତୁ ଯୋଜନାରେ ୧୨୦କୋଟି ଟଙ୍କା ବିନିଯୋଗରେ ୬୯ଟି ଗ୍ରାମପଞ୍ଚାୟତରେ ଯୋଗାଯୋଗରେ ଉନ୍ନତି କରାଯାଇଛି । ଏହାଦ୍ୱାରା ୨ଲକ୍ଷ ଲୋକ ଉପକାର ପାଇଛନ୍ତି । ବାଲିଗୁଡ଼ାରେ ୨୨୦/୩୩ କେଭି ଗ୍ରୀଡ୍ ସବଷ୍ଟେସନ୍ କାମ ଶୀଘ୍ର ସରିବ । ଏହାଦ୍ୱାରା କେ. ନୂଆଗାଁ, ତୁମୁଡିବନ୍ଧ, କୋଟାଗୁଡା, ଦାରିଙ୍ଗବାଡ଼ି, ବାଲିଗୁଡାର ୩୪ ହଜାର ପରିବାର ଉପକାର ପାଇବେ । ସ୍ମାର୍ଟ କାର୍ଡ ଦ୍ୱାରା ଦେଶର ୨ଶହରୁ ଅଧିକ ବଡ଼ ବଡ ହସ୍ପିଟାଲରେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ ।

Show More

Related Articles

Back to top button