Breaking PLUSଓଡ଼ିଶାମୁଖ୍ୟ ଖବର
ବିଧାନସଭା ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର- ଆସନ୍ତା ୨୬ ଅର୍ଥାତ୍ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ପ୍ରମୂଖ ଏହି ବୈଠକରେ ଉପସ୍ଥିତ ରହିଛନ୍ତି । ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେଶନ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ।