Breaking PLUSଓଡ଼ିଶାମୁଖ୍ୟ ଖବର

ଚତୁର୍ଥ ଦିନରେ ସ୍ୱାଭାବିକ ଚାଲିଛି ଗୃହ

ଭୁବନେଶ୍ୱର : ଆଜି ବିଧାନସଭାରେ ମୌସୁମୀ ଅଧିବେଶନର ୪ର୍ଥ ଦିନ। ଦୀର୍ଘ ୩ ଦିନ ଧରି ବିଧାନସଭାରେ ହଟ୍ଟଗୋଳ ଓ ନାରାବାଜି କାରଣରୁ ଗୃହ ଚାଲିପାରୁଥିଲା। ଆଜି ଗୃହ ସ୍ୱଭାବିକ ଥିବା ପ୍ରଶ୍ନକାଳ ମଧ୍ୟ ସ୍ୱଭାବିକ ରହିଛି। ଆଜିର ଅଧିବେଶନରେ କୃଷି, ଗଣଶିକ୍ଷା, ଉଚ୍ଚ ଶିକ୍ଷା, ପଶୁ ସମ୍ପଦ ଓ ଯୋଗାଣ ବିଭାଗ ଆଦିକୁ ନେଇ ଆଲୋଚନା ହେଉଛି।
କୃଷି ବିଭାଗକୁ ନେଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ୨୦୨୩-୨୪ ବର୍ଷରେ ପ୍ରାୟ ୪ ଲକ୍ଷ ହେକ୍ଟର ଜମିରେ ଡାଲି ଚାଷ ପାଇଁ ଯୋଜନା ଥିବା ସହ ରାଜ୍ୟରେ ଡାଲି ଜାତୀୟ ଚାଷକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ବିଭିନ୍ନ ଯୋଜନା କରାଯାଉଥିବା ବେଳେ ୩୦ଟି ଜିଲାକୁ ଏଥିରେ ସାମିଲ କରାଯିବ। ଏହାସହ ଯେଉଁ ସ୍ଥାନରେ ଡାଲି ଅଧିକ ଉତ୍ପାଦନ ହେବ ସେହି ସ୍ଥାନକୁ ପ୍ରାଥମିକତା ପ୍ରଦାନ କରାଯିବ।

Show More

Related Articles

Back to top button