ଓଡ଼ିଶାବିଧାନସଭାମୁଖ୍ୟ ଖବର

ଆଜି ସପ୍ତମ ଦିନରେ ବି ବିଧାନସଭା ଆରମ୍ଭରୁ ହଙ୍ଗାମା

ଦିନ ୧୧.୩୦ପର୍ଯ୍ୟନ୍ତ ଗୃହ ମୁଲତବୀ

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ସପ୍ତମ ଦିବସ । ଆଜି ମଧ୍ୟ ଗୃହ ଆରମ୍ଭରୁ ପୁଣିଥରେ ଅଚଳାବସ୍ଥା ଦେଖାଦେଇଛି । ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ଗୃହ ମଧ୍ୟ ଭାଗକୁ ଆସି ଘଣ୍ଟ ବାଡେଇ ପ୍ରତିିବାଦ କରିଥିଲେ । ବାଚସ୍ପତି ବିଧାୟକମାନଙ୍କ ନିଜ ନିଜ ସ୍ଥାନକୁ ଯିବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରିନଥିଲେ ।

ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକାର୍ଯ୍ୟକୁ ଦିନ ୧୧.୩୦ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

ଆଜି ବିଧାନସଭା ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତି କରଣ, ଖାଦ୍ୟ ଯୋଗାଣ , ସମବାୟ, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଆଲୋଚନା ରହିଛି । ଏହା ସହିତ ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ଅତିରକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରୁଥିବା ବେଳେ ଶାସକ ଦଳର ସଦସ୍ୟମାନେ ନିଜ ସ୍ଥାନରେ ଛିଡାହୋଇ ପ୍ରତିବାଦ କରିଥିଲେ । ବିଜେଡି ସଦସ୍ୟ ଗୋବିନ୍ଦଙ୍କ ଓକିଲ ମୋହନ ଲାଲ ଶର୍ମାଙ୍କ ସହ ବିଜେପି ନେତାଙ୍କ ଫଟୋ ଦେଖାଇ ପ୍ରତିବାଦ କରିଥିଲେ ।

ମୋହନଲାଲ ବିଜେପିର ବଡ ବଡ ନେତାଙ୍କ ସହ ବସି ଫଟୋ ଉଠାଇଥିବାର ଫଟୋ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ମମିତାର ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ଦାବି କରି ବିରୋଧୀ ବିଧାନସଭା ଚଲାଇ ଦେଉନଥିବା ବେଳେ ଅନ୍ୟପଟେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବେଲରେ ଆଣିବାକୁ ବିଜେପି ନେତା ମୋହନଲାଲ ଶର୍ମା ଉଦ୍ୟମ କରୁଥିବା ଅଭିଯୋଗ କରିଛି ବିଜେଡି । ଏପରିକି ଏହାର ପ୍ରମାଣ ମଧ୍ୟ ଗତକାଲି ସାମ୍ବାଦିକ ସମ୍ମିଳନୀରେ ରଖିଥିଲା ବିଜେଡି । ମମିତା ପ୍ରସଙ୍ଗରେ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ବିଜେଡି କହିଛି । କାରଣ ମମିତା ପାଇଁ ବିଜେପି ଗୋଟିଏ ପଟେ ଲଢେଇ କରୁଥିବା କହୁଥିବା ବେଳେ ଅନ୍ୟପଟେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ବିଜେପି ନେତା ଆଗେଇ ଆସୁଥିବା ଦଳର ଦୋମୁହାଁ ନୀତିକୁ ପଦାରେ ପକାଇଛି ବୋଲି ବିଜେଡି କହିଛି ।

ତେବେ ଶୀତ ଅଧିବେଶନରେ ଏହିଭଳି ଗୃହ ଅଚଳାବସ୍ଥାକୁ ନେଇ ଗତକାଲି ବାଚସ୍ପତି ସର୍ବଦଳୀୟ ବୈଠକ ମଧ୍ୟ ଡକାଇଥିଲେ ଏହା ପୂର୍ବରୁ ମଧ୍ୟ ସର୍ବଦଳୀୟ ବୈଠକ ଡକାଯାଇ ଗୃହ ସ୍ୱଭାବିକ ପାଇଁ ଆଲୋଚନା ହୋଇଥିଲା ମାତ୍ର ସର୍ବଦଳୀୟ ବୈଠକ କାମଦେଲାନି, ସବୁ କିଛି ଗୃହରେ ଫେଲ ମାରିଛି ।

Show More

Related Articles

Back to top button