Breaking PLUSଓଡ଼ିଶାମୁଖ୍ୟ ଖବର
ସଂରକ୍ଷଣ ପ୍ରସଙ୍ଗରେ ଗୃହରେ ପ୍ରବଳ ହୋହଲ୍ଲା, 4ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର- ଆଜି ଶୂନ୍ୟକାଳ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା। ସଂରକ୍ଷଣ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ଓ ବିଜେଡି ବିଧାୟକମାନେ ନାରାବାଜି କରିଛନ୍ତି। ଫଳରେ ଗୃହ କାର୍ଯ୍ୟ ଅଚଳ ହେବାରୁ ବାଚସ୍ପତି ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି।
ଓବିସିଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ପାଇଁ ଦାବି କରିଛି ବିଜେଡି । ଏସସି/ଏସଟିଙ୍କୁ ୩୮.୭୫ପ୍ରତିଶତ ସଂରକ୍ଷଣ, ମେଡିକାଲ ଓ ଇଞ୍ଜିନିୟରିଂରେ ୨୦ପ୍ରତିଶତ ହେଲେ ଓବିସିଙ୍କୁ ଶୂନ୍ୟ ପ୍ରତିଶତ। ଓବିସି ପିଲାମାନଙ୍କୁ ୨୭ପ୍ରତିଶତ ନହେଲେ ବି ୧୧.୨୫ ପ୍ରତିଶତ ସଂରକ୍ଷଣ ଲାଗୁ କରନ୍ତୁ ସରକାର।