Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧ ଜଣ ଆକ୍ରାନ୍ତଙ୍କର ଜୀବନ ନେଲା ମହାମାରୀ
ରାଜ୍ୟରେ ଦୈନିକ କରୋନା ମୃତ୍ୟୁ ବୃଦ୍ଧି ପାଉଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୧ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପାଉଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

୨୧ଜିଲାରୁ ୪୧ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ୬। ସୁନ୍ଦରଗଡରୁ ୪,ପୁରୀ ଓ ଗଞ୍ଜାମରୁ ୩ ଲେଖାଏଁ, ବରଗଡ, ଗଜପତି, ଜଗତସିଂହପୁର,ଯାଜପୁର,ଝାରସୁଗୁଡା,ମୟୁରଭଞ୍ଜ,ସମ୍ବଲପୁର ଓ ସୁବର୍ଣ୍ଣପୁରରୁ୨ ଲେଖାଏଁ,ଅନୁଗୁଳ,ବାଲେଶ୍ୱର,ଭଦ୍ରକ,ଦେବଗଡ, ଢେଙ୍କାନାଳ,କଳାହାଣ୍ଡି,କେନ୍ଦ୍ରାପଡା,କେନ୍ଦୁଝର ଓ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।