Breaking PLUSଓଡ଼ିଶାମୁଖ୍ୟ ଖବର

ବାଇକ୍ ଓ ଡମ୍ପର ମୁହାଁମୁହିଁ ଧକ୍କାରେ ଚାଲିଗଲା ଦୁଇ ନାବାଳକ ଭାଇଙ୍କ ଜୀବନ

ବାଇକ୍‌କୁ ଧକ୍କା ଦେଲା ଡମ୍ପର। ଫଳରେ ଦୁଇ ନାବାଳକ ଭାଇ ମୃତ। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଡମ୍ପରକୁ ଅଟକ ରଖି ରାସ୍ତା ଅବରୋଧ। ବାଲେଶ୍ୱର ଜିଲା ଜଳେଶ୍ଵର-ଚନ୍ଦନେଶ୍ଵର ୫୭ ନଂ. ରାଜ୍ୟ ରାଜପଥର ସାତଶୁଳିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଦୁଇ ନାବାଳକ ହେଲେ ଜଳେଶ୍ଵର ବାଣୀଦା ଅଞ୍ଚଳର ରଣଜିତ ଦାସଙ୍କ ବଡ଼ ପୁଅ କିଶୋର ଦାସ ଓରଫ କୁନା ( ୧୬) ଓ ସାନ ପୁଅ ସ୍ୱାଧୀନ ଦାସ ଓରଫ ମୁନା (୧୧)।

ସୂଚନା ଯେ, ରବିବାର ସକାଳ ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ପ୍ରତିଦିନ ପରି ଏକ ପଲସର ବାଇକ (ନଂ. ଓଡି- ୦୧ଏଏଚ- ୮୦୦୭) ଯୋଗେ ନାବାଳକ କୁନା ଓ ମୁନା କମର୍ଦ୍ଦା ଅଞ୍ଚଳକୁ ଟିଉସନ ପଢିବାକୁ ଆସୁଥିଲେ । ମାତ୍ର ଆଜି ବିଧିର ବିଧାନ କିଛି ଅଲଗା ଥିଲା । ଚନ୍ଦନେଶ୍ଵର ୫୭ ନଂ. ରାଜ୍ୟ ରାଜପଥର କମର୍ଦ୍ଦା ଥାନା ଅନ୍ତର୍ଗତ ସାତଶୁଳିଆ ନିକଟରେ ବାଇକ ସହ ଜଳେଶ୍ଵର ଅଭିମୁଖେ ଯାଉଥିବା ଏକ ଖାଲି ଡମ୍ପର (ନଂ. ଓଆର-୦୧ୟୁ-୨୧୦୪) ମୁହାଁମୁହିଁ ଧକ୍କା ହୋଇଥିଲା ।

Show More

Related Articles

Back to top button