ଦେଶ ବିଦେଶବାଣିଜ୍ୟ

ଅକ୍ଟୋବର ମାସ ଶେଷ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ଟପିଲା ଜିଏସ୍ ଆଦାୟ

ଅକ୍ଟୋବର ମାସରେ ‘ଗୁଡ୍ ସ୍ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ ବା ଜିଏସ୍ ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଥିବା ସୂଚନା ଦେଇଛି ଅର୍ଥ ମନ୍ତ୍ରାଳୟ

ଫେବ୍ରୁଆରି ମାସ ପର ଠାରୁ GST ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିବାରେ ଏହା ପ୍ରଥମ ଘଟଣା । ୨୦୨୦ ଅକ୍କ୍ଟୋବର ମାସରେ ସଂଗୃହୀତ ମୋଟ୍ GST ରାଜସ୍ବ ହେଉଛି ୧ ଲକ୍ଷ ୦୫ ହଜାର୧୫୫ କୋଟି ଟଙ୍କା । ଏଥିସହିତ ଅକ୍ଟୋବର ମାସ ୩୧ ପର୍ଯ୍ୟନ୍ତ ଫାଇଲ୍ ହୋଇଥିବା ସମୁଦାୟ ‘ଜିଏସ୍ ଟିଆର୍ -୩ବି’ ରିଟର୍ଣ୍ଣ ସଂଖ୍ୟା ହେଉଛି ୮୦ ଲକ୍ଷ ।ସେହିପରି ଗତ ବର୍ଷ ଅକ୍ଟୋବର ମାସରେ ଆଦାୟ GST ରାଜସ୍ବ ଠାରୁ ଏଥରର ରାଜସ୍ବ ୧୦ ପ୍ରତିଶତରୁ ଅଧିକ । ସେହିପରି ଓଡ଼ିଶାରେ ଅକ୍ଟୋବର ମାସରେ ବି ବଢିଛି GST ସଂଗ୍ରହ । ଗତ ଅକ୍ଟୋବର ମାସ ସଂଗ୍ରହ ତୁଳନାରେ ଏହା ୨୧.୭୯ ପ୍ରତିଶତ ବଢିଛି ।

ଚଳିତ ବର୍ଷ ସେପ୍ଟେମ୍ବରରେ ମଧ୍ୟ GST ସଂଗ୍ରହ ହାର ୧୮.୩ ପ୍ରତିଶତ ବଢିଥିଲା । ୨୦୧୭ ରେ GST ଲାଗୁ କରାଯିବା ସମୟରେ ସରକାର ଏହି ରାଜସ୍ବର ସାଧାରଣ ମାନକ ୧ ଲକ୍ଷ କୋଟି ଟଙ୍କା ରଖିଥିଲେ । କିନ୍ତୁ କରୋନା ଜନିତ ଲକ୍ ଡାଉନ୍ ଯୋଗୁଁ ଏତେ ପରିମାଣରେ GST ରାଜସ୍ବ ସଂଗ୍ରହ ହୋଇ ପାରୁ ନ ଥିଲା । କରୋନାର ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅକ୍ଟୋବର ମାସରେ ମୋଟ୍‌ ଜିଏସ୍‌ଟି ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ୨୧.୭୯ ପ୍ରତିଶତ ଅଭିବୃଦ୍ଧି ହୋଇଛି । କ୍ରମାଗତ ଦ୍ୱିତୀୟ ମାସ ପାଇଁ ଓଡ଼ିଶାର ମୋଟ୍‌ ଜିଏସ୍‌ଟି ସଂଗ୍ରହ, ଯୁକ୍ତାତ୍ମକ ରହିବା ସହିତ ଆଶାଜନକ ସ୍ଥିତିରେ ପହଞ୍ଚିଛି ।

Show More

Related Articles

Back to top button