Breaking PLUSଓଡ଼ିଶାମୁଖ୍ୟ ଖବର
ନର୍ସିଂ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ

ଭୁବନେଶ୍ୱର-ବାହାରିଲାନି ନିଷ୍କର୍ସ । ଆନ୍ଦୋଳନରତ ନର୍ସିଂ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ । କଥାବାର୍ତ୍ତା ବିଫଳ ହୋଇଥିବା କହିଛନ୍ତି ନର୍ସିଂ ସଂଘର ସାଧାରଣ ସଂପାଦକ । ଆଲୋଚନା ବିଫଳ ହୋଇଥିବାରୁ ଆନ୍ଦୋଳନ ଆଗକୁ ଚାଲୁ ରହିବ ବୋଲି କହିଛି ସଂଘ । ସେପଟେ ସରକାର ଉଚ୍ଚ ସ୍ତରୀୟ କମିଟି କରି ଆଲୋଚନା କରିବାକୁ ଦାବି କରିଛି ସଂଘ ।
ମୁଖ୍ୟମନ୍ତ୍ରୀ କିମ୍ବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଲୋଚନାକୁ ସଂଘ ଆହ୍ୱାନ କରିଛି । ୧୦ ଦଫା ଦାବି ନେଇ ଗତକାଲିଠୁ ଆନ୍ଦୋଳନକୁ ଓହ୍ଲାଇଛି ଅଲ୍ ଓଡ଼ିଶା ନର୍ସିଂ ସଂଘ । ଏସମା ଲାଗୁ ସତ୍ତ୍ୱେ ଜିଦରେ ଅଟଳ ରହିଛନ୍ତି ନର୍ସିଂ ଅଫିସର । ଜରୁରୀ ସେବା ବ୍ୟତୀତ ଅନ୍ୟାନ୍ୟ ସେବା କାର୍ଯ୍ୟ କରୁନାହାନ୍ତି ।