ଦେଶ ବିଦେଶବାଣିଜ୍ୟ

ଏବେ ଅନଲାଇନ ରେ ଟଙ୍କା ନେଣଦେଣ କରିବ ହ୍ବାଟ୍ସଆପ

ହ୍ବାଟ୍ସଆପ ମାଧ୍ୟମରେ ଅନଲାଇନ କାରବାର କଲେ ଗ୍ରାହକଙ୍କୁ ଦେବାକୁ ପଡିବ ନାହିଁ କୌଣସି ଫି। ଅର୍ଥାତ ସମ୍ପୂର୍ଣ୍ଣ ମାଗଣାରେ ଗ୍ରାହକମାନେ ଅନେକ ଗୁଡିଏ ସୁବିଧା ପାଇପାରିବେ

ଖୁବଶୀଘ୍ର ହ୍ବାଟ୍ସଆପ ଆରମ୍ଭ କରିବାକୁ ଯାଉଛି ଅନଲାଇନ ଟଙ୍କା ନେଣଦେଣ ବ୍ୟବସ୍ଥା । ହ୍ବାଟ୍ସଆପ ମାଧ୍ୟମରେ ଅନଲାଇନ କାରବାର ତଥା ଟଙ୍କା ନେଣଦେଣ ପାଇଁ ଆବେଦନ କରାଯାଇଥିଲା । ତେବେ ମଙ୍ଗଳବାର ଏନପିସିଆଇ ପକ୍ଷରୁ ହ୍ବାଟ୍ସଆପକୁ ଗ୍ରୀନ ସିଗନାଲ ମିଳିବା ସହ ୟୁ.ପି.ଆଇ. ମାଧ୍ୟମରେ ଟଙ୍କା କାରବାରକୁ ଅନୁମତି ମିଳିଛି । ତେବେ ଏହାରି ମଧ୍ୟରେ ଆଉ ଏକ ବଡ ଘୋଷଣା କରିଛନ୍ତି ହ୍ବାଟ୍ସଆପ ଏବଂ ଫେସବୁକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ । ହ୍ବାଟ୍ସଆପ ମାଧ୍ୟମରେ ଅନଲାଇନ କାରବାର କଲେ ଗ୍ରାହକଙ୍କୁ ଦେବାକୁ ପଡିବ ନାହିଁ କୌଣସି ଫି । ଅର୍ଥାତ ସମ୍ପୂର୍ଣ୍ଣ ମାଗଣାରେ ଗ୍ରାହକମାନେ ଅନେକ ଗୁଡିଏ ସୁବିଧା ପାଇପାରିବେ ।ଏକ ଭିଡିଓ ଜାରି କରି ଜୁକରବର୍ଗ କହିଛନ୍ତି ପ୍ରାୟ ୧୪୦ଟି ବ୍ୟାଙ୍କ ସହିତ ବୁଝାମଣା କରି ଏହି ପ୍ରକ୍ରିୟାକୁ ଆରମ୍ଭ କରିବାକୁ ଯାଉଛି ହ୍ବାଟ୍ସଆପ । ଆପଣ ବର୍ତ୍ତମାନ ଆପଣଙ୍କ ବନ୍ଧୁ ପରିଜନଙ୍କୁ ବହୁତ ସହଜ ଓ ବିନା କୌଣସି ଦେୟରେ ଟଙ୍କା ପଠାଇ ପାରିବେ ।

ଟଙ୍କା ନେଣଦେଣ ତା ସହିତ ସମ୍ପୂର୍ଣ୍ଣ ବିବରଣୀ ଭାରତର ୧୦ ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବା ସହ ଟଙ୍କା କାରବାରର ସମ୍ପୂର୍ଣ୍ଣ ତଥ୍ୟ ଗୋପନୀୟ ରହିବ । ତେବେ ଆପଣ ଏହାକୁ କିପରି ବ୍ୟବହାର କରିବେ ? ଜୁକରବର୍ଗଙ୍କ କହିବା ଅନୁଯାୟୀ ଆପଣଙ୍କ ପାଖରେ ଯଦି ଡେବିଟ କାର୍ଡ ଅଛି ତେବେ ୟୁପିଆଇ ମାଧ୍ୟମରେ ଏହାକୁ ବ୍ୟବହାର କରିହେବ । ହ୍ବାଟ୍ସଆପର ନୂଆ ଭର୍ସନରେ ଏହି ଅନଲାଇନ ଟଙ୍କା ନେଣଦେଣ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ ।ତେବେ ଗ୍ରାହକମାନଙ୍କ ସହଜ ଏବଂ ସୁରକ୍ଷିତ ଟଙ୍କା କାରବାରକୁ ଆଖି ଆଗରେ ରଖି ଏନପିସିଆଇ ସହିତ ବ୍ୟକ୍ତିଗତ ମୁଚାଲିକା କରି ୟୁପିଆଇ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ସୂଚନା ଦିଆଯାଇଛି । ତେବେ ଭାରତ ଭଳି ଦେଶ ଏହା ଦ୍ବାରା ଲାଭବାନ ହେବା ସହିତ ବ୍ୟବସାୟିକ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମାର୍କ ଜୁକରବର୍ଗ କହିଛନ୍ତି । ତେବେ ଏହି ପ୍ରକ୍ରିୟାରେ ଅତି ବେଶିରେ ୨୦ ମିଲିୟନ ପର୍ଯ୍ୟନ୍ତ ଗ୍ରାହକ ସାମିଲ ହୋଇପାରିବେ ବୋଲି ଏନପିସିଆଇ ସୂଚନା ଦେଇଛି ।

Show More

Related Articles

Back to top button