ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଆରପାରିରେ ପ୍ରସିଦ୍ଧ ଲେଖକ ଟି.ପି ରାଜୀବ

ଆଉନାହାଁନ୍ତି ପ୍ରସିଦ୍ଧ ମାଲାୟାଲମ୍ ଏବଂ ଇଂରାଜୀ ଭାଷା କବି, ଉପନ୍ୟାସିକ ତଥା ସ୍କ୍ରିନ୍ ରାଇଟର୍ ଟି.ପି ରାଜୀବ । ଗତ ବୁଧବାର ବିଳମ୍ବିତ ରାତିରେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କର ପାଖାପାଖି ୬୩ ବର୍ଷ ହୋଇଥିଲା । ତେଗେ ସେ କିଛିଦିନ ହେବ କିଡନୀ ଜନିତ ରୋଗରେ ଚିକିତ୍ସିତ ହେଉଥିଲେ।

ବିଜୟନ ଲେଖକଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପିନରାଇ । ସାହିତ୍ୟ କ୍ଷେତ୍ରରେ ‘ଟିପି’ ଭାବରେ ଜଣାଶୁଣା ରାଜୀବନ୍ କେରଳ ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଅନେକ ସମ୍ମାନଜନକ ସାହିତ୍ୟ ପୁରସ୍କାର ପାଇଥିଲେ। ସେ କବିତା, ଉପନ୍ୟାସ, ଭ୍ରମଣ, ସ୍କ୍ରିପ୍ଟ ଲେଖା ସହିତ ସାହିତ୍ୟର ବିଭିନ୍ନ ଧାରା ପାଇଁ ଅତୁଳନୀୟ ଅବଦାନ ରଖିଥିଲେ ।

ରାଜୀବଙ୍କ ପ୍ରମୁଖ ଉପନ୍ୟାସରେ ‘ପଲେରିମାଣିକ୍ୟମ୍ ଓରୁ ପାଥିରା କୋଲାପାଥାକମ୍’, ‘କେଟିଏନ୍ କୋଟୁର: ଏଜୁଥମ୍ ଜୀବଥାବମ୍’, ‘କ୍ରିଶେଶମ୍’ ସାମିଲ୍‌। ସମାନ ନାମର ଏକ ଚଳଚ୍ଚିତ୍ର ‘ପଲେରିମାଣିକ୍ୟମ୍’ରେ ମଧ୍ୟ ନିର୍ମିତ ହୋଇଥିଲା ।ଯେଉଁଥିରେ ଭେଟେରାନ୍ ଅଭିନେତା ମମୁତି ମୁଖ୍ୟ ଭୂମିକାରେ ଥିଲେ।ରାଜୀବନ୍ ତାଙ୍କର ଉପନ୍ୟାସ ‘KTN Kottur: Ezhuthum Jeevathavam’ ପାଇଁ ୨୦୧୪ରେ କେରଳ ସାହିତ୍ୟ ଏକାଡେମୀ ପୁରସ୍କାର ଜିତିଥିଲେ।

Show More

Related Articles

Back to top button