ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

୧୪ ନୁହେଁ ବରଂ ୧୭ ରାଣୀର ରାଜା ରମେଶ

ଧୀରେ ଧୀରେ ରସିକିଆ ନକଲି ଡାକ୍ତରର ନୂଆ ଗୁମର ସାମ୍ନାକୁ ଆସୁଛି

ଧୀରେ ଧୀରେ ରସିକିଆ ନକଲି ଡାକ୍ତରର ନୂଆ ଗୁମର ସାମ୍ନାକୁ ଆସୁଛି । ୧୪ ନୁହେଁ  ବରଂ ୧୭ ଜଣଙ୍କୁ ବାହା ହୋଇଥିଲେ ନକଲି ଡାକ୍ତର ରମେଶ ସ୍ୱାଇଁ । ଡିସିପି ଶ୍ରୀ ଦାସ କହିଛନ୍ତି ଯେ, ଅଭିଯୁକ୍ତ ରମେଶ ସ୍ବାଇଁ ଆସାମର ଗୌହାଟୀର ଜଣେ ଡାକ୍ତର, ଓଡିଶାର ଜଣେ ଉଚ୍ଚଶିକ୍ଷିତା, ଛତିଶଗଡ଼ର ଚାଟେର୍ଡ ଆକାଉଣ୍ଟଟେଣ୍ଡଙ୍କୁ ବିବାହ କରିଥିଲେ। ଆଗକୁ ଆହୁରି ତାଲିକା ଲମ୍ବିପାରେ। ସମସ୍ତଙ୍କ ସହ ଯୋଗାଯୋଗ କରି ତଦନ୍ତ କରିବୁ । ଲୋକଙ୍କୁ ଠକିବା ଓ ମହିଳାଙ୍କ ଇଜ୍ଜତ ସହ ଖେଳିବା ଭଳି ଦଫା ଲଗାଇ କରାଯିବ ତଦନ୍ତ। ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ ହୋଇଛି। ଟିମ୍‌ରେ ମହିଳା ଥାନା ଆଇଆଇସିଙ୍କ ସହ ୨ ଜଣ ସଵଇନିସ୍ପେକ୍ଟର, ଜଣେ ଏନ୍‌ଜିଓ କାଉନସିଲର ନିଯୁକ୍ତ ହୋଇଛନ୍ତି। ସମସ୍ତଙ୍କୁ ଯୋଗାଯୋଗ କରି ତଦନ୍ତ କରାଯିବ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି।

ନିଜକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଉପ-ମହାନିର୍ଦ୍ଦେଶକ ଥିବା ପ୍ରମାଣିତ କରିବା ପାଇଁ ମିଛ ଚିଠିକୁ ବ୍ୟବହାର କରି କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇଥିବା ୧୭ ସ୍ତ୍ରୀଙ୍କ ସ୍ୱାମୀ ରମେଶ । ସୂଚନା ଅନୁସାରେ, ଏହି ଚିଠି ଦେଖାଇ ୨୦୧୮ ମସିହାରେ ଢେଙ୍କାନାଳର ଜଣେ ପ୍ରତିଷ୍ଠିତ ଲୁଗା ବ୍ୟବସାୟୀଙ୍କ ବିଶ୍ୱାସଭାଜନ ହେବାକୁ ଉଦ୍ୟମ କରିଥିଲେ ଏହି ଠକ । କୁହାଯାଉଛି, ସେ ଏହି ମହିଳା ବ୍ୟବସାୟୀଙ୍କୁ ଫସାଇବାରେ ସଫଳ ମଧ୍ୟ ହୋଇଥିଲେ । ପୋଲିସ ଗିରଫ କରିନଥିଲେ ହୁଏତ କମ ଦିନ ଭିତରେ ତାଙ୍କୁ ବିବାହ କରିଥାନ୍ତେ ।

୭ ରାଜ୍ୟରେ ୧୭ ପତ୍ନୀଙ୍କ ସହ ବିବାହ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସେମାନଙ୍କ ସମ୍ପତି ହରିଲୁଟ୍ କରିବା । ପ୍ରାଥମିକ ତଦନ୍ତରୁ ଠକ ରମେଶ ଏହି ମହିଳାମାନଙ୍କ ଠାରୁ ସୁନା ଗହଣା ସମେତ କୋଟିଏରୁ ଅଧିକ ଟଙ୍କା ହଡପ କରିସାରିଛି । ରମେଶର ୧୨ ବ୍ୟାଙ୍କ ପାସବୁକ ଜବତ କରି ପୋଲିସ ଛାନଭିନ କରୁଛି । ତେବେ ଡାକ୍ତର ପରିଚୟ ଦେଇ ରମେଶ ୨୦୦୬ ମସିହାରେ ଭୁବନେଶ୍ୱରରେ ଏକ ଠକେଇ ମାମଲାରେ ଗିରଫ ହୋଇଥିବା ପୋଲିସକୁ ସୂଚନା ମିଳିଛି । ବ୍ୟାଙ୍କ ଋଣ ନେଇ ଠକିଥିବା ଜଣାପଡିବା ପରେ ଘଟଣାର ତଦନ୍ତ କରୁଛି ପୋଲିସ ।

 

Show More

Related Articles

Back to top button