ଦେଶ ବିଦେଶମୁଖ୍ୟ ଖବର

ଉତ୍ତର-ପୂର୍ବର ୩ଟି ରାଜ୍ୟରେ ଭୂକମ୍ପର ଝଟକା

ଭାରତର ଉତ୍ତର ପୂର୍ବ ତିନୋଟି ରାଜ୍ୟ ଆସାମ, ମଣିପୁର, ମେଘାଳୟରେ ଭୂକମ୍ପର ଝଟକା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ତରଫରୁ ଏହି ସୂଚନମା ଦିଆଯାଇଛି

ଏନସିଏସ କହିଛି ଯେ ଆସାମର ସୋନିଟପୁର ଜିଲ୍ଲାରେ ୪.୧ ତୀବ୍ରତାରେ ଭୂକମ୍ପ, ମଣିପୁରର ଚାନ୍ଦେଲ ଏବଂ ମେଘାଳୟର ପଶ୍ଚିମ ଖାସି ପାହାଡରେ ଯଥାକ୍ରମେ ୩.୦୧ ଏବଂ ୨.୬ ତୀବ୍ରତା ରେକର୍ଡ କରାଯାଇଛି । ତିନି ଦିନ ମଧ୍ୟରେ ସୋନୀତପୁର ଜିଲ୍ଲାର ତେଜପୁର ସହରରେ ଏହା ହେଉଛି ଦ୍ୱିତୀୟ ଭୂକମ୍ପ । ମଙ୍ଗଳବାର ରାତିରେ ତେଜପୁରରେ ୩.୦ ତୀବ୍ରତାରେ ଭୂକମ୍ପ ହୋଇଥିବା ରେକର୍ଡ ହୋଇଥିଲା । ଏହା ରାତି ପ୍ରାୟ ୧୦.୫୩ରେ ଅଏନୁଭୂତ ହୋଇଥିଲା । ଭୂକମ୍ପ କେନ୍ଦ୍ର ତେଜପୁରର ୬୦ କିଲୋମିଟର ପଶ୍ଚିମରେ ଅବସ୍ଥିତ ଥିଲା । ମଣିପୁରର ଚାନ୍ଦେଲ ଅଞ୍ଚଳରେ ରିପୋର୍ଟ ହୋଇଥିବା ଏହି ଭୂକମ୍ପକକୁ ୧୦ କିଲୋମିଟର ଗଭୀରତା ସହିତ ‘ ଶକ୍ତିଶାଳୀ’ ଶ୍ରେଣୀଭୁକ୍ତ କରାଯାଇଛି ।ଏନସିଏସ୍ ମାଇକ୍ରୋବ୍ଲଗିଂରେ ଏହା ସପ୍ଷଟ କରାଯାଇଛି । ବିଳମ୍ୱିତ ରାତି ଅର୍ଥାତ୍ ୧.୩୦ରେ ଏଠାରେ ଲାଗଦିଥିଲା ଭୂକମ୍ପର ଝଟକା । ଏହାପୂର୍ବରୁ, ମେ ୨୩ରେ ଉକ୍ରୁଲରେ ୧୦୯ କିଲୋମିଟର ଗଭୀରତାରେ 4.3 ତୀବ୍ରତାରେ ଭୂକମ୍ପ ହୋଇଥିଲା ।

 

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଶୁକ୍ରବାର ଦିନ ଭୂକମ୍ପ ସମୟରେ ଲୋକେ ସୁରକ୍ଷିତ ଥିବା ହୋ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରିଛି ।କୁହାଯାଇଛି, ଯେ ଭୂକମ୍ପ ହେବା ସମୟରେ ଘର ଭିତରେ ଥିବା ଲୋକେ ଆସବାବପତ୍ର, ଝରକା ଏବଂ ଘରର ଲାଇଟ ଠାରୁ ଦୂରେଇ ରହିବା ଉଚିତ୍ । ଲୋକମାନେ ବାହାରେ ଥିଲେ ବିଲ୍ଡିଂ, କାନ୍ଥ ଏବଂ ପାୱାର୍ ପୋଲ୍ ଠାରୁ ଦୂରରେ ରହିବା ଉଚିତ୍ । ଏହି ସମୟରେ ଖୋଲା ସ୍ଥାନକୁ ପଳାଇଯିବା ଭଲ, ଏହାସହ କମ୍ପନ ବନ୍ଦ ନହେବା ପର୍ଯ୍ୟନ୍ତ ସେମାନେ ସେଠାରେ ରହିବା ଉଚିତ୍ । ମନେ ରଖନ୍ତୁ କୋଠା, ବାହ୍ୟ କାନ୍ଥ ଏବଂ ଭାରୀ ଜିନିଷଠାରୁ ଦୂରେଇ ରହିବାକୁ ଯଥେଷ୍ଟ କରନ୍ତୁ ।

Show More

Related Articles

Back to top button