Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ମୋଦିଙ୍କ ବୈଠକରେ ଅନୁପସ୍ଥିତ ରହୁଛନ୍ତି ନୀତିଶ

ନୂଆଦିଲ୍ଲୀ: ବିହାରରେ ସରକାର ଗଠନ କରିଥିବା ବିଜେପି ଓ ଜେଡିୟୁ ମଧ୍ୟରେ ସବୁ କିଛି ଠିକ ନଥିବା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଅନେକ ପ୍ରସଙ୍ଗରେ ଉଭୟ ପରସ୍ପରକୁ ବିରୋଧ କରୁଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ବୟକଟ କରିବା ଆରମ୍ଭ କରିଛନ୍ତି।ସେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବସୁଥିବା କୌଣସି କାର୍ଯ୍ୟକ୍ରମରେ ଅନୁପସ୍ଥିତି ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ବୈଠକ ବସିବ। ତେବେ ଏହି ବୈଠକରେ ନୀତୀଶ କୁମାର ଯୋଗ ଦେବେନାହିଁ। ସେହିପରି ବିହାରରୁ ମଧ୍ୟ କୌଣସି ନେତା କିମ୍ବା ଅଧିକାରୀ ବୈଠକରେ ପ୍ରତିନିଧିତ୍ୱ କରିବେ ନାହିଁ ବୋଲି ସୂଚନା ପ୍ରକାଶ ପାଇଛି। ସୂଚନାଅନୁସାରେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିକଟରେ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିପାଇଁ ସେ ଏହି ବୈଠକରେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ସେ ଅନୁପସ୍ଥିତି ରହିବାକୁ ଥିବାରୁ ତାଙ୍କ ଡେପୁଟିଙ୍କୁ ନୀତି ଆୟୋଗ ବୈଠକକୁ ପଠାଇବା ପାଇଁ ସେ ଚାହୁଁଥିଲେ। ହେଲେ ଉକ୍ତ ବୈଠକରେ କେବଳ ମୁଖ୍ୟମନ୍ତ୍ରୀମାନଙ୍କୁ ଯୋଗଦେବାର ଅନୁମତି ଥିବାରୁ ବିହାରର ଆଉ କେହି ବି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେ ନାହିଁ। କରୋନା ଆଳରେ ନୀତୀଶ କୁମାର ଦିଲ୍ଲୀ ଯିବାକୁ ଚାହୁଁ ନାହାନ୍ତି। ହେଲେ ସୋମବାର ସେ ବିହାରରେ ଜନତା ଦରବାର କରିବେ। ଏଠାରେ ସେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଭେଟିବେ। ଗତ କିଛି ସପ୍ତାହ ହେଲାଣି ନୀତୀଶ କୁମାର ଅସୁସ୍ଥ ଥିବାରୁ ଜନତା ଦରବାର ବନ୍ଦ ରହିଥିଲା। ଏବେ ନୀତି ଆୟୋଗ ବୈଠକ ବେଳେ ହିଁ ସେ ଜନତା ଦରବାର ଆରମ୍ଭ କରିବାକୁ ନିଷ୍ପତ୍ତି ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Show More

Related Articles

Back to top button