Breaking PLUSଦେଶ ବିଦେଶମୁଖ୍ୟ ଖବର

NIRF ରାଙ୍କିଂ ୨୦୨୨ର ଘୋଷଣା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜୁଲାଇ ୧୫ ତାରିଖରେ ପ୍ରକାଶ ପାଇବ NIRF ରାଙ୍କିଂ ୨୦୨୨ । ଭର୍ଚ୍ଚୁଆଲରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଘୋଷଣା କରିବେ ।

ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ନେଇ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଂ ତାଲିକା ପ୍ରକାଶ ପାଇବ । ଦିନ ୧୧ଟାରେ ଏହାର ଘୋଷଣା କରାଯିବା ନେଇ ଶିକ୍ଷା ମନ୍ତ୍ରାଳୟ ଟ୍ବିଟ୍ କରି ସୂଚନା ଦେଇଛି । ଦେଶର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁର, ଚେନ୍ନାଇ ଭଳି ୧୪୦ଟି ସହରର ଥିବା ଶିକ୍ଷାନୁଷ୍ଠାନର ତଥ୍ୟକୁ ଆଧାର କରି ତାଲିକା ପ୍ରକାଶ କରାଯିବ ।

ମୋଟ୍ ୧୧ଟି କ୍ୟାଟେଗୋରୀକୁ ନେଇ ଏହି ତଥ୍ୟ ପ୍ରକାଶ କରାଯିବ । ଏଥିରେ ଏକ ସାମଗ୍ରିକ ତାଲିକା ସାଙ୍ଗକୁ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ମହାବିଦ୍ୟାଳୟ, ମେଡ଼ିକାଲ, ଆଇନ, ଆର୍କିଟେକ୍ଚର୍, ଡେଣ୍ଟାଲ ଓ ଗବେଷଣା କ୍ୟାଟେଗୋରୀରେ ଏ NIRF ରାଙ୍କିଂ ସାମିଲ କରାଯାଇଛି । ଶିକ୍ଷାନୁଷ୍ଠାନର ଶିକ୍ଷାଦାନ, ଅନୁସନ୍ଧାନ, ବୃତ୍ତିଗତ ଅଭ୍ୟାସ, ସ୍ନାତକ ଫଳାଫଳ ତଥ୍ୟ ଆଧାରରେ ଏହି ତାଲିକା ପ୍ରକାଶ କରାଯିବ ।

Show More

Related Articles

Back to top button