Breaking PLUSଦେଶ ବିଦେଶମୁଖ୍ୟ ଖବର

ନାଇଜେରିଆରେ ନରସଂହାର, ଧାଡିରେ ଛିଡା କରି 14ଜଣଙ୍କୁ ଗୁଳିକରି ହତ୍ୟା

ଅବୁଜା- ନାଇଜେରିଆର ଉତ୍ତର-ପଶ୍ଚିମ ଜମଫାରା ରାଜ୍ୟରେ ନରହତ୍ୟା । ବନ୍ଧୁକଧାରୀମାନେ ରବିବାର ସକାଳେ 14ଜଣ ଲୋକଙ୍କୁ ଗୋଟିଏ ଲାଇନରେ ଛିଡା କରି ଗୁଳି କରି ହତ୍ୟା କରିଛନ୍ତି । ଏହାସହିତ 60ଜଣ ଲୋକଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି ।

ଗଣମାଧ୍ୟମ ସୂଚନା ମୁତାବକ, ସୁରକ୍ଷା କାରଣରୁ ପରିଚୟ ନଦେଇ ଜଣେ ସ୍ଥାନୀୟ ନେତା କହିଛନ୍ତି ଯେ ବନ୍ଧୁକଧାରୀମାନେ ସାମରିକ ବେସ ଉପରେ ଆକ୍ରମଣ କରିବା ସହିତ ମାଗାମି ଏବଂ କବାସା ସମ୍ପ୍ରଦାୟ ଉପରେ ଆକ୍ରମଣ କରି 60 ଜଣଙ୍କୁ ଅପହରଣ କରି ନେଇଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଟନ୍ତି।

Show More

Related Articles

Back to top button