ଦେଶସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ,୨୪ ଘଣ୍ଟା ମଧ୍ୟରେ ୫,୨୨୧ ଜଣ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ କ୍ରମଶଃ ସଂକ୍ରମଣ ହ୍ରାସ ପାଉଛି । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ୫ରୁ ୬ ହଜାର ତଳକୁ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ ୫,୨୨୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମଣ କମୁଥିବା ବେଳେ ପ୍ରତିଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି ଏବଂ ମୃତ୍ୟୁସଂଖ୍ୟାରେ ମଧ୍ୟ ବ୍ରେକ ଲାଗିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଇ ୫୦ ହଜାର ତଳକୁ ଖସିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୭,୧୭୬ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର ୨.୮୨% ରହିଛି । ଏବେ ସୁଦ୍ଧା ଦେଶରେ ୮୮.୮୭ କୋଟିରୁ ଅଧିକ କୋରୋନା ଟେଷ୍ଟିଂ କରାଯାଇଛି । ଆଜି ପର୍ୟ୍ୟନ୍ତ ୫,୨୮,୧୬୫ ହଜାର କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ସୁସ୍ଥ ସଂଖ୍ୟା ୪,୩୯,୨୫,୨୩୯ରେ ପହଞ୍ଚିଛି ।

Show More

Related Articles

Back to top button