ଓଡ଼ିଶାମୁଖ୍ୟ ଖବର

ଆଗକୁ ଦୁଇଟି ଲଘୁଚାପ

ଭିଜିବ ଦକ୍ଷିଣ ଓ ଉପକୂଳ ଓଡିଶା

ଆସନ୍ତା ୧୧ରୁ ୧୩ ତାରିଖ ଯାଏ ରାଜ୍ୟରେ ହାଲୁକା ବର୍ଷା ହେବ । ମେଘୁଆ ପାଗ ସହ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ସମେତ ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ଏହି ପୂର୍ବାନୁମାନ କରିଛି । ମଙ୍ଗଳବାର ତାମିଲନାଡୁ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି । ୧୧ତାରିଖ ରାତିରେ ଏହା ତାମିଲନାଡୁ ସୀମା ଅତିକ୍ରମ କରିବ । ଫଳରେ ୧୧ରୁ ୧୩ ଯାଏ ଉପକୂଳ ଓ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ହେବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

ସେହିଭଳି ନଭେମ୍ବର ୧୪ରେ ପୁଣି ଏକ ଲଘୁଚାପ ଆସୁଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ଧାନ ଅମଳ କରିବାର ସମୟ ହୋଇଥିବାରୁ ବର୍ଷା କବଳରୁ ଫସଲ ରକ୍ଷା କରିବାକୁ ଚାଷୀମାନେ ଆବଶ୍ୟକ ପଦକ୍ଷେପ ନେବାକୁ ଡ. ସାହୁ କହିଛନ୍ତି । ସୋମବାର ରାଜ୍ୟରେ ୮ସହରର ରାତି ତାପମାତ୍ରା ୧୫ଡିଗ୍ରୀ ତଳେ ଥିଲା । ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ଥିଲା । ଫୁଲବାଣୀରେ ୧୧.୫ ଡିଗ୍ରୀ, କୋରାପୁଟରେ ୧୨, କେନ୍ଦୁଝରରେ ୧୩, ଭବାନୀପାଟଣା ଓ ଝାରସୁଗୁଡାରେ ୧୪.୨, ଟିଟିଲାଗଡ ଓ ସୋନପୁରରେ ରାତି ତାପମାତ୍ରା ୧୪.୮ ଡିଗ୍ରୀ ରହିଥିଲା ।

Show More

Related Articles

Back to top button