ଦେଶ ବିଦେଶସ୍ୱାସ୍ଥ୍ୟ

ଚାଇନାରେ ଆତଙ୍କ ଖେଳାଉଛି ନୂଆ ଭୁତାଣୁ ‘ଜୁନୋଟିକ ଲଙ୍ଗ୍ୟା’

ଚାଇନାରେ ଆତଙ୍କ ଖେଳାଉଛି ନୂଆ ଭୁତାଣୁ । ଜୁନୋଟିକ ଲଙ୍ଗିଆ ନାମକ ଏକ ଭାଇରସ ଚାଇନାରେ ବ୍ୟାପିବାରେ ଲାଗିଛି । ଏପର୍ଯ୍ୟନ୍ତ ୩୫ ଜଣ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ ଭୂତାଣୁ ସଂକ୍ରମଣକୁ ଚିହ୍ନଟ କରିବା ଏବଂ ତଦାରଖ କରିବା ପାଇଁ ନ୍ୟୁକ୍ଲିକ ଏସିଡ ପରୀକ୍ଷା ପଦ୍ଧତି ବ୍ୟବହୃତ ହେବ । ତେବେ ଚୀନର ସାନଡଙ୍ଗ ଓ ହେନାନ ପ୍ରାନ୍ତରେ ଲୋକଙ୍କ ଭିତରେ ଏହି ଭୂତାଣୁ ସଂକ୍ରମଣ ହୋଇଥିବା ଜଣାପଡିଛି । ଏନେଇ ତାଇୱାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ପଶୁଙ୍କ ଠାରୁ ମଣିଷଙ୍କୁ ବ୍ୟାପିଥାଇପାରେ । ତେବେ ମଣିଷ ଠାରୁ ମଣିଷକୁ ବ୍ୟାପିବା ନେଇ କୌଣସି ସୂଚନା ମିଳିନାହିଁ । ଏନେଇ ଅଧିକ ତଥ୍ୟ ହାସଲ କରାଯାଉଥିବା ତାଇୱାନ ସିଡିସି ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button