Breaking PLUSଓଡ଼ିଶାଶିକ୍ଷା

+୩ରେ ଯୋଡ଼ି ହେଲା ନୂଆ ବିଷୟ : ନୀତିଶାସ୍ତ୍ର ଓ ମୂଲ୍ୟବୋଧ

ୟୁଜି ବା ଅଣ୍ଡର ଗ୍ରାଜୁଏଟରେ ଯୋଡ଼ି ହେଲା ନୂଆ ବିଷୟ । ନୈତିକ ଶିକ୍ଷା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ ଯୁକ୍ତ୩ ରେ ଏକ ବାଧ୍ୟତାମୂଳକ ବିଷୟ ଭାବେ ଯୋଡ଼ି ହେଲା । ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’ ବା ‘ଏଥିକ୍ସ ଆଣ୍ଡ ଭାଲ୍ୟୁଜ୍’ ବହି ପ୍ରସ୍ତୁତ କରାଯାଇଛି ।

ଆଜି ପରିଷଦର କାର୍ଯ୍ୟାଳୟରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ଓ ପରିଷଦର ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି ।

ଏହାର ଭିଡ଼ିଓ ଲେକ୍ଚର ସହ ପରିଷଦ ଓ୍ବେବସାଇଟରେ ବହିର ଡିଜିଟାଲ ଭର୍ସନ ଉପଲବ୍ଧ ରହିଛି । ଏହି ବିଷୟରେ ୬ଟି ୟୁନିଟ ରହିଛି । ଯୁକ୍ତ୩ ସ୍ତରରେ ୬ଟି ସେମିଷ୍ଟରର ପ୍ରତି ସେମିଷ୍ଟରରେ ଗୋଟିଏ ଲେଖାଏଁ ୟୁନିଟ ସ୍ଥାନ ପାଇଛି ଓ ପ୍ରତ୍ୟେକ ୟୁନିଟ ୨୫ ମାର୍କ ବିଶିଷ୍ଟ ହେବ । ଗୋଟିଏ ୟୁନିଟରେ ୧୫ଟି ପିରିୟଡ ରହିବ ।

ଚଳିତ ଶିକ୍ଷାବର୍ଷରୁ ୟୁଜି ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ । ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ କେବଳ ସଫଳ ନୁହେଁ, ଉତ୍ତମ ମଣିଷଭାବେ ଗଢିତୋଳିବା ଏହି ପାଠ୍ୟକ୍ରମର ଲକ୍ଷ୍ୟ ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ କହିଛନ୍ତି ।

Show More

Related Articles

Back to top button