ଓଡ଼ିଶାସ୍ୱାସ୍ଥ୍ୟ

ମହାରାଷ୍ଟ୍ର ଓ କେରଳରେ ବୃଦ୍ଧି ପାଉଛି କୋଭିଡର ନୂଆ ସଂକ୍ରମଣ,ଏନେଇ ଆଡଭାଇଜରି ଜାରି କଲେ ସରକାର

ପୁଣି କାୟା ମେଲାଇବା ଆରମ୍ଭ କଲାଣି କରୋନା । ମହାରାଷ୍ଟ୍ର ଓ କେରଳରେ କୋଭିଡର ନୂଆ ସଂକ୍ରମଣ ବୃଦ୍ଧି ପାଉଥିବା ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇରେ ଗତ ତିନି ଦିନ ହେଲା ୧୫୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ଆଉ ସେମାନଙ୍କ ଭିତରୁ ପାଖାପାଖି ପ୍ରତିଦିନ ୧୦ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସର୍ତକତା ଜାରି କରିଛନ୍ତି ସରକାର ।

ଶୁକ୍ରବାର ମହାରାଷ୍ଟ୍ରରେ ମୋଟ ୪୭୭ ନୂଆ କୋଭିଡ୍ ମାମଲା ସାମ୍ନାକୁ ଆସିଥିଲା । ଯେଉଁଥିରେ କେବଳ ମୁମ୍ବାଇରୁ ହିଁ ୧୭୮ଟି ମାମଲା ଚିହ୍ନଟ ହୋଇଥିଲା । ମହାରାଷ୍ଟ୍ରରେ କୋଭିଡର ନୂଆ ଏକ୍ସବିବି ସବ୍-ଭାରିଆଣ୍ଟ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଛନ୍ତି । ଯାହାପରେ ଲୋକମାନେ ସତର୍କ ରହିବାକୁ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।

 

Show More

Related Articles

Back to top button