Breaking PLUSଓଡ଼ିଶାମୁଖ୍ୟ ଖବର

ଆସିଲା ନୂଆ ଗାଇଡ୍ ଲାଇନ୍, ଏଣିକି ସବୁ ଜିଲ୍ଲାରେ ବସ୍ ଚାଲିବ

ଅଗଷ୍ଟ ୧ତାରିଖ ଯାଏ ରାଜ୍ୟରେ ଜାରି ରହିବ ଆଂଶିକ ଲକଡାଉନ । ସଂକ୍ରମଣକୁ ନଜରରେ ରଖି ପୂର୍ବ ନିଷ୍ପତ୍ତି ଭଳି ୩୦ଟି ଜିଲ୍ଲାକୁ ଦୁଇଭାଗରେ ବିଭକ୍ତ କରାଯାଇଛି ।

କାଟାଗୋରୀ ଏରେ ୨୦ ଓ ବି ରେ ୧୦ ଜିଲ୍ଲା ରହିଛି । ଏହି ଦୁଇ କାଟାଗୋରୀ ଜିଲ୍ଲା ପାଇଁ ନିୟମରେ କିଛି କୋହଳ କରାଯାଇଛି । କାଟାଗୋରୀ ଏରେ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଥିବା ବେଳେ କାଟାଗୋରୀ ବିରେ ସଂଧ୍ୟା ୫ ଟା ଯାଏ ଦୋକାନ ବଜାର ଖୋଲା ରହିବ ।ବିବାହ ଓ ଶୁଦ୍ଧି କାର୍ଯ୍ୟରେ ପୂର୍ବପରି କଟକଣା ବଳବତ୍ତର ରହିବ।ସମସ୍ତ ଜିଲ୍ଲାରେ ବସ ଚଳାଚଳ କରିବ। ଯେତିକି ସିଟ୍ ରହିଛି ସେତିକି କ୍ଷମତା ଭିତରେ ବସ୍ ଯାତାୟତ କରିପାରିବ । କିନ୍ତୁ ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ କରାଯାଇଛି ।

ଟ୍ୟାକ୍ସି, ଅଟୋ, ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିବ। ଦୋକାନ ବଜାର ଯେତିକି ସମୟ ଖୋଲିବ , ସେତିକି ସମୟ ଟ୍ୟାକ୍ସି ,ଅଟୋ ଚାଲିବ। ସ୍କୁଲ, କଲେଜ , କୋଚିଂ ସେଣ୍ଟର ବନ୍ଦ ରହିବ। କାଟାଗୋରୀ ବିରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଏହାସହ ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିବ। ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ, ସେଲୁନ ଖୋଲିବାକୁ ନିଷ୍ପତି ନିଆଯାଇଛି । ମଲ୍‍ , ସିନେମା ହଲ, ପାର୍କ ପୂର୍ବ ପରି ବନ୍ଦ ରହିବ। ସାରା ରାଜ୍ୟରେ ଇଣ୍ଡୋର୍ ଓ ଆଉଟଡୋର ଚଳଚ୍ଚିତ୍ର ସୁଟିଂକୁ ଅନୁମତି ପ୍ରଦାନ କରାଯାଇଛି । ଏହା ସହ ସାରା ରାଜ୍ୟବାସୀଙ୍କୁ କଟକଣା ମାନି ଚଳିବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ।

Show More

Related Articles

Back to top button