Breaking PLUSଓଡ଼ିଶାଶିକ୍ଷା

ଅଷ୍ଟମ ଶ୍ରେଣୀ ପିଲାଙ୍କ ନିମନ୍ତେ ଆସିଲା ନୂତନ ମାର୍ଗଦର୍ଶିକା

ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ । ସବୁ ପ୍ରଧାନଶିକ୍ଷକ ଏହି ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୫ରେ ଅଷ୍ଟମ ଶ୍ରେଣୀ ଖୋଲିବାକୁ ଯାଉଛି । ୨୫ ତାରିଖ ସକାଳ ୯ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପାଠପଢ଼ା ହେବ । ଦୀର୍ଘ ୧୮ ମାସ ପରେ ବିଦ୍ୟାଳୟ ଖୋଲୁଥିବାରୁ ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଇଛି ।

ଅକ୍ଟୋବର ୧୭ରୁ ୨୪ ତାରିଖ ମଧ୍ୟରେ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟିର ବୈଠକ ବସିବ । ଏହି ବୈଠକରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ସମ୍ପର୍କରେ ଆଲୋଚନା ହେବ । ବିଦ୍ୟାଳୟ ଖୋଲିବା ପୂର୍ବଦିନ ପ୍ରଧାନଶିକ୍ଷକ ପରିଚ୍ଛନ୍ନତା ନେଇ ଡିଇଓଙ୍କୁ ତଥ୍ୟ ଦେବେ । ୨୫ ଓ ୨୬ ତାରିଖରେ ପାଠପଢ଼ା ଯିବନି । ପିଲାଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା ଭଳି ବିଭିନ୍ନ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ କରାଯିବ । ୨୭ରେ ଓଡିଆ, ୨୮ରେ ଗଣିତ ଓ ୨୯ରେ ଇଂରାଜୀ ବିଷୟରେ ଘଣ୍ଟାକର ପରୀକ୍ଷା ହେବ । ପ୍ରଶ୍ନପତ୍ର ଓସେପା ଓ ଏସସିଇଆରଟି ଯୋଗାଇବ । ଏହି ଆକଳନର ଫଳାଫଳ ପରେ ବିଶ୍ଳେଷଣ କରାଯିବ । ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାତ୍ମକ ଶିକ୍ଷା ପ୍ରଧାନଶିକ୍ଷକଙ୍କ ଦ୍ୱାରା କରାଯିବ ।

ପାଠପଢ଼ାକୁ ସହଜ କରିବାକୁ ସପ୍ତମ ଶ୍ରେଣୀର ସହଜ ପାଠ ପଢ଼ାଯିବ । ଅଷ୍ଟମ ପିଲାଙ୍କ ଅଭିଭାବକଙ୍କ ସହ ବୈଠକ କରି ପିଲାଙ୍କୁ ଆଣିବା ବ୍ୟବସ୍ଥା ହେବ । ସ୍କୁଲ ବନ୍ଦ ଯୋଗୁ ଲିଖିତ କାର୍ଯ୍ୟ ହୋଇନି । ଏହାସହ ଶିକ୍ଷକମାନେ ପ୍ରତିଦିନ ଲେସନ ନୋଟ୍ ପ୍ରସ୍ତୁତ କରିବେ । ପ୍ରତିଦିନ ଶିକ୍ଷକଙ୍କ ସହ ପାଠପଢ଼ା ସମ୍ପର୍କିତ ୩୦ ମିନିଟର ବୈଠକ କରିବେ ପ୍ରଧାନଶିକ୍ଷକ । ସିଆରସିସି, ଏବିଇଓ, ଏଡିଇଓ, ଡିଇଓ ପ୍ରତିଦିନ ସ୍କୁଲରେ ତଦାରଖ ପାଇଁ ଯିବେ । ଶିକ୍ଷକ କି ଛାତ୍ରଛାତ୍ରୀଙ୍କ ସାମାନ୍ୟ ଲକ୍ଷଣ ଦେଖାଦେଲେ ବିଦ୍ୟାଳୟରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ।

Show More

Related Articles

Back to top button