ଦେଶସ୍ୱତନ୍ତ୍ର

ହ୍ୱାଟ୍‌ସଆପରେ ଆସିବ ନୂଆ ଫିଚର,ଏଣିକି ଡେସ୍କଟପରେ ଉପଲବ୍ଧ ହେବ ଅଡିଓ ଏବଂ ଭିଡିଓ କଲ୍

ହ୍ୱାଟ୍‌ସଆପରେ ଆସିବ ନୂଆ ଫିଚର । ୟୁଜରମାନଙ୍କ ସୁବିଧା ପାଇଁ କମ୍ପାନୀ ପ୍ରତ୍ୟେକ ଦିନ ନିଜର ନୂଆ ନୂଆ ଫିଚର ଲଞ୍ଚ୍‌ କରେ। ବର୍ତ୍ତମାନ ମେଟା ଅଧିକୃତ ହ୍ୱାଟ୍‌ସଆପ୍‌ ୟୁଜରମାନଙ୍କ ପାଇଁ ଏକ ନୂଆ ଅପ୍‌ଡେଟ୍‌ ଆଣିଛି । ଏଣିକି ମେଟା ଭର୍ସନରେ ଡେସ୍କଟପରେ ଉପଲବ୍ଧ ହେବ ଅଡିଓ ଏବଂ ଭିଡିଓ କଲ୍ ।

ହ୍ୱାଟ୍‌ସଆପ୍‌ ଏହାର ଡେସ୍କଟପ୍‌ ଆପ୍‌ ପାଇଁ ଏକ କଲ୍‌ ଟ୍ୟାବ୍‌ ସୁବିଧା ଆରମ୍ଭ କରିବାକୁ ଯାଉଛି । କଲ୍‌ ଟ୍ୟାବ୍‌ ସହିତ ଡେସ୍କଟପ୍‌ରେ ହ୍ୱାଟ୍‌ସଆପ୍‌ ୟୁଜର କଲ୍‌ ହିଷ୍ଟ୍ରି ପାଇପାରିବେ ଏବଂ ସମ୍ଭବତଃ ସିଧାସଳଖ ପିସିରୁ ହ୍ୱାଟ୍‌ସଆପ୍‌ କଲ୍‌ କରିବାର ବିକଳ୍ପ ପାଇପାରିବେ ।

ବର୍ତ୍ତମାନ ସ୍ମାର୍ଟଫୋନ୍ ପରେ, ଆପଣ ଲାପଟପ୍ କିମ୍ବା ଡେସ୍କଟପ୍ ରେ ହ୍ୱାଟ୍‌ସଆପ୍‌ ରେ କଲ୍ କରିବା ପାଇଁ ଅଲଗା ଟ୍ୟାବ୍ ଦେଖିବାକୁ ପାଇବେ। ଏହି ଅପଡେଟ୍ ପରେ, ଆପଣ ନିଜ ଲାପଟପ୍ କିମ୍ବା କମ୍ପ୍ୟୁଟରରେ ହ୍ୱାଟ୍‌ସଆପ୍‌ ଡେସ୍କଟପ୍ ଆପରେ ହ୍ୱାଟ୍‌ସଆପ୍‌ ଅଡିଓ ଏବଂ ଭିଡିଓ କଲ୍ ଉପଭୋଗ କରିପାରିବେ । ଏହି ନୂତନ ଫିଚର୍ସ କଲ୍ ଟ୍ୟାବ୍” କେବଳ ହ୍ୱାଟ୍‌ସଆପ୍‌ ବିଟା ଭର୍ସନରେ ରିଲିଜ କରିଛି।

 

Show More

Related Articles

Back to top button