Breaking PLUSଦେଶମୁଖ୍ୟ ଖବର

୨୪ଘଣ୍ଟାରେ ଦେଶରେ ୨୬୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୭ହଜାର ୮୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୬୪ଜଣ କରେନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମଳିିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୭୭ହଜାର ୪୨୨କୁ ବୃଦ୍ଧି ପାଇଛି । ମୃତ୍ୟୁ ହାର ୧.୩୭ ପ୍ରତିଶତ ରହିଛି ।

ସେହିପରି ଆଜି ୭ହଜାର ୪୬୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮.୩୮ପ୍ରତିଶତ ରହିଛି । ଅପରପକ୍ଷରେ ସକ୍ରିୟ ମାମଲା ୮୩ହଜାର ୯୧୩ ରହିଛି । ୨୦୨୦ ମାର୍ଚ୍ଚ ପରେ ଏହା ସର୍ବନିମ୍ନ ରହିଛି । ଆରମ୍ଭରୁ ବତ୍ତମାନ ସୁଦ୍ଧା ୩କୋଟି ୪୧ଲକ୍ଷ ୭୮ହଜାର ୯୪୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button