Breaking PLUSଓଡ଼ିଶାମୁଖ୍ୟ ଖବର

୨୪ ଘଣ୍ଟାରେ ରାଜ୍ୟରେ ୨୦୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୨୫୪ ସୁସ୍ଥ

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୦ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ବର୍ତ୍ତମାନ ନିୟନ୍ତ୍ରଣରେ ରହୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଏହି ସଂଖ୍ୟା ଉପର ତଳ ମଧ୍ୟ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୦୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୫୮୬୨ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୧ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୮୫ ଜଣ ଲୋକାଲ କେସ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସର ୩୨ ଜଣ ସଂକ୍ରମିତ ରହିଛନ୍ତି ।

ଚିହ୍ନଟ ହୋଇଥିବା ନୂତନ ୨୦୬ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୨, ବାଲେଶ୍ୱର ୨, ଭଦ୍ରକ ୩,ବୌଦ୍ଧ୨, କଟକରୁ ୧୫, ଢେଙ୍କାନାଳରୁ ୧, ଗଞ୍ଜାମ ୩,ଜଗତସିଂହପୁରରୁ ୪, ଯାଜପୁରରୁ ୧୨, ଝାରସୁଗୁଡାରୁ ୩,କଳାହାଣ୍ଟି ୧, କେନ୍ଦ୍ରାପଡା ୨, ଖୋର୍ଦ୍ଧା ୧୨୦, କନ୍ଧମାଳ ୧, ସମ୍ବଲପୁରରୁ ୩, ସୁନ୍ଦରଗଡରୁ ୫, ଓ ଷ୍ଟେଟ ପୁଲରୁ ୨୭ ଜଣ ରହିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୪୫୮୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୬୬୯ ଟି ଆକ୍ଟିଭ କେସ ରହିଥିବାବେଳେ ୧୦୩୪୭୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Show More

Related Articles

Back to top button