ଦେଶମୁଖ୍ୟ ଖବର

ଦେଶରେ ୧୪ ହଜାର ୩୧୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

୧୮୧ ଜଣଙ୍କ ଜୀବନ ନେଇଛି ମହାମାରୀ

ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣ ୧୫୦୦୦ ତଳକୁ ରହିଛି । ତେବେ ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୩୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶରେ ୧୮୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟାରେ କେରଳରୁ କେବଳ ୬ହଜାର ୯୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୮୪ ଜଣଙ୍କ ମୃତ୍ୟୁ ଘଟିଛି । ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୫୦ ହଜାର ୯୬୩ ଛୁଇଁଥିବାବେଳେ ମୃତ୍ୟୁହାର ରହିଛି ୧.୩୩ ପ୍ରତିଶତ । ସେହିପରି ୨୬ହଜାର ୫୭୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ରହିଛି ୯୮ପ୍ରତିଶତ । ଅନ୍ୟପଟେ ଦେଶରେ ସକ୍ରିୟ ମାମଲା ରହିଛି ୨ଲକ୍ଷ ୧୪ହଜାର ୯୦୦ । ବର୍ତ୍ତମାନ ସୁଦ୍ଧା ୯୫କୋଟି ୮୯ଲକ୍ଷ ୭୮ହଜାର ୪୯ ଜଣଙ୍କୁ ଟିକା ଦିଆଯାଇଛି ।

Show More

Related Articles

Back to top button