Breaking PLUSଦେଶମୁଖ୍ୟ ଖବର

୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୧୦,୩୦୨ ନୂଆ ସଂକ୍ରମିତ

ଦେଶରେ ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ଚିହ୍ନଟ ହୋଇଛନ୍ତି ୧୦ ହଜାର ୩୦୨ ନୂଆ ସଂକ୍ରମିତ । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୬୭ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ ।

ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ ଦିନରେ ଦେଶରୁ ମୋଟ ୧୧ ହଜାର ୭୮୭ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୪ ଲକ୍ଷ ୯୯ ହଜାର ୯୨୫ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୫ ହଜାର ୩୪୯ରେ ପହଞ୍ଚିଛି । ଏହାସହ ଦିନକ ମଧ୍ୟରେ ୧୧ ହଜାର ୭୮୭ ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୩୯ ଲକ୍ଷ ୯ ହଜାର ୭୦୮ରେ ପହଞ୍ଚିଛି । ଦେଶରେ ମୋଟ ୧ ଲକ୍ଷ ୨୪ ହଜାର ୮୬୮ଟି ସକ୍ରିୟ ମାମଲା ରହିଛି, ଯାହାକି ୫୩୧ ଦିନ ମଧ୍ୟରେ ସର୍ବନିମ୍ନ ଅଟେ ।

Show More

Related Articles

Back to top button