Breaking PLUSଓଡ଼ିଶାମୁଖ୍ୟ ଖବର
ନୂଆ ଆବାସ ସର୍ଭେ ଆରମ୍ଭ

ଭୁବନେଶ୍ୱର-ପିଏମ୍ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ ପାଇଁ ସର୍ଭେ । ପୁରୀରୁ ସର୍ଭେର ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଅର୍ଜୁନସିଂହପୁରକୁ ଯାଇ ୫ଟି ଘରକୁ ତାଲିକାରେ ଯୋଡ଼ିଲେ । କିପରି ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଦ୍ବାରା କରି ହେବ ଜଣାଇଲେ । ଯୋଗ୍ୟତାର ମାନ କୋହଳ କରାଯାଇଛି କହିଲେ ବିଭାଗୀୟ ମନ୍ତ୍ରୀ । ରେଫ୍ରିଜରେଟର, ୨ ଚକିଆ ଯାନ, ଲ୍ୟାଣ୍ଡଲାଇନ ଥିଲେ ପ୍ରତିବନ୍ଧକ ନାହିଁ । ମାସିକ ୧୫ ହଜାରରୁ କମ୍ ଆୟ ପରିବାର ସାମିଲ ହୋଇପାରିବେ । ନିଜ ମୋବାଇଲ୍ର ଆବାସ ପ୍ଲସ୍ ଆପ୍ରେ ଜଣାଇବାକୁ ଅପିଲ୍ କରିଛନ୍ତି ମନ୍ତ୍ରୀ ।