Breaking PLUSଅପରାଧଦୁର୍ଘଟଣାମୁଖ୍ୟ ଖବରସେଲିବ୍ରିଟି

ହୋଟେଲ ରୁମରୁ ଚୋରି ହେଇଗଲା ନେହା କକ୍କରଙ୍କ ଡାଇମଣ୍ଡ ରିଙ୍ଗ୍ ଓ ଫୋନ୍

ମୁମ୍ୱାଇ – ନେହା କକ୍କର ଓ ରୋହନପ୍ରୀତ ସିଂହ କିଛି ଦିନ ହେଲା ହିମାଚଳର ମଣ୍ଡିରେ ରହୁଥିଲେ। ହେଲେ ଏଠାରେ ତାଙ୍କ ସହ ଏମିତି କିଛି ଘଟିଲା ଯାହାକି ସେ କେବେ ବି ଭାବିନଥିଲେ । ପ୍ରକୃତ କଥା ହେଲା ସେ ଯେଉଁ ହୋଟେଲରେ ରହୁଥିଲେ ,ସେ ରୁମ୍‌ରୁ ଡାଇମଣ୍ଡ ରିଙ୍ଗ୍‌ , ଆଇଫୋନ୍‌ ଓ ଆପ୍ପଲ ଘଣ୍ଟା ଚୋରି ହୋଇ ଯାଇଛି । ସୂଚନା ଅନୁଯାୟୀ, ଶନିବାର ସକାଳେ ରୋହନପ୍ରୀତ ଯେବେ ଶୋଇକି ଉଠିଥିଲେ ତ ସେ ଦେଖିଥିଲେ କି ତାଙ୍କର ଫୋନ, ଡାଇମଣ୍ଡର ରିଙ୍ଗ୍ ନାହିଁ । ତା’ପରେ ସେ ବହୁତ ଖୋଜାଖୋଜି କଲେ କିନ୍ତୁ କୋଇଠି ବି ପାଇନଥିଲେ । ଏହାପରେ ରୋହନପ୍ରୀତ ହୋଟେଲ ମ୍ୟାନେଜର ଓ ପୁଲିସଙ୍କୁ ଏହାର ସୂଚନା ଦେଇଥିଲେ । ସୂଚନା ମିଳିବା କ୍ଷଣି ପୁଲିସ, ହୋଟେଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଦେଇଛି । ପୁଲିସ୍‌ ହୋଟେଲ ଷ୍ଟାଫ୍‌ ଓ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରୁଛି । ହୋଟେଲର ସିସିଟିଭି କ୍ୟାମେରାକୁ ମଧ୍ୟ ଯାଞ୍ଚ କରାଯାଉଛି ।

Show More

Related Articles

Back to top button