Breaking PLUSଓଡ଼ିଶାମୁଖ୍ୟ ଖବର

ଜୁନ୍ ଶେଷରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଖାତାଦେଖା ଶେଷ ହୋଇ ଅନ୍ୟ ପ୍ରକ୍ରିୟା ଚାଲିଛି । ଚଳିତ ମାସ ଶେଷସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି । ଚଳିତବର୍ଷ ପରୀକ୍ଷା ଦେଇଛନ୍ତି ୫ଲକ୍ଷ ୩୮ ହଜାର ପିଲା ।

ସୂଚନା ଥାଉକି, ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ମେ ୧୦ ତାରିଖ ଯାଏଁ ଚାଲିଥିଲା ପରୀକ୍ଷା । ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ୍ ଜେକ୍ଟିଭ୍ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍ ଜେକ୍ଟିଭ୍ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ବାରଣ କରାଯାଇଥିଲା । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ ,୬୫ ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ ହୋଇଥିଲା ।

Show More

Related Articles

Back to top button