Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଓଡ଼ିଶାରେ NDA ରାଷ୍ଟ୍ରପତି ପ୍ରାର୍ଥୀ

ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଦ୍ରୌପଦୀ ମୁର୍ମୁ

ଜନ୍ମମାଟି ଓଡ଼ିଶାରୁ ସମର୍ଥନ ମାଗିବା ପାଇଁ ଭୁବନେଶ୍ୱରରେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଏହାପରେ ସେ ରାଜ୍ୟ ଅତିଥୀ ଭବନରେ ପହଞ୍ଚିଥିଲେ । ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବେ । ଏହାପରେ ସେ ପୃଥକ୍‌ ଭାବେ ଭେଟିବେ ବିଜେଡି ଓ ବିଜେପିର ବିଧାୟକ ଏବଂ ସାଂସଦଙ୍କୁ ଭେଟିବେ ।

ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବାକୁ ଅନୁରୋଧ କରିବେ । ଦେଶର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଥିବା ଓଡ଼ିଶା ମାଟିର ଝିଅଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଶ୍ରୀମତୀ ମୁର୍ମୁଙ୍କୁ ସ୍ୱାଗତ ପାଇଁ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ, ବାଦ୍ୟରେ କମ୍ପିଥିଲା ବିମାନବନ୍ଦର ଅଞ୍ଚଳ । ଶ୍ରୀମତୀ ମୁର୍ମୁ ସଭିଙ୍କ ସହଯୋଗ ପାଇଁ ଅନୁରୋଧ କରିବେ । ନବୀନ ମଧ୍ୟ ତାଙ୍କ ପାଇଁ ସମର୍ଥନ ମାଗିବେ ।

Show More

Related Articles

Back to top button