Breaking PLUSଓଡ଼ିଶାମୁଖ୍ୟ ଖବର
ନୟାଗଡରେ ଜୀବନ ହାରିଲେ ଚାଷୀ

ନୟାଗଡ- ପୁଣି ଚାଷୀ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଫସଲ ହାନି ଯୋଗୁ ପୁଣି ଏକ ଚାଷୀ ନିଜ ଜୀବନ ହାରିବାକୁ ପଛେଇ ନାହିଁ। ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁର ଥାନା ଜଙ୍କିଆ ପଞ୍ଚାୟତ ଓସ୍ତପଡ଼ା ଗ୍ରାମରେ। ଫସଲ ହାନିର ଦୁଖ ସହି ନ ପାରି ଗୋବିନ୍ଦ ସାହୁ (୬୫) ନାମକ ଜଣେ ଭାଗ ଚାଷୀ ରବିବାର ଆତ୍ମହତ୍ୟା କରିଛନ୍ତି। ଗୋବିନ୍ଦ ନିଜ ବିଲପାଖରେ ଥିବା ଗଛରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ସେ ଦୁଇ ମାଣ ଜମିକୁ ଭାଗ ଧରି ଧାନ ଚାଷ କରୁଥିଲେ।