Breaking PLUSଓଡ଼ିଶାମୁଖ୍ୟ ଖବର
ପରିସୀମନ ପ୍ରସଙ୍ଗରେ ମୁହଁ ଖୋଲିଲେ ନବୀନ

ଭୁବନେଶ୍ୱର- ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆସନ ନିର୍ଦ୍ଧାରଣ ପାଇଁ ଜନଂସଖ୍ୟା ଏକ ମାନଦଣ୍ଡ ନ ହେଉ ବୋଲି ନବୀନ କହିଛନ୍ତି। ତାମିଲନାଡୁର ଚେନ୍ନଇରେ ଏ ନେଇ ଆହୁତ ଗୁରୁତ୍ଵପୂର୍ଣ୍ଣ ବୈଠକକୁ ଏକ ଭିଡିଓ ବାର୍ତ୍ତା ପଠାଇ ନବୀନ ଏହା କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଜନସଂଖ୍ୟା ଆଧାରରେ ସଂସଦୀୟ କ୍ଷେତ୍ରଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ କରିବାକୁ ଯୋଜନା ରଖିଛନ୍ତି। ଏହାକୁ ବିଭିନ୍ନ ରାଜ୍ୟ ବିଶେଷ କରି ଅଣବିଜେପି ଶାସିତ ରାଜ୍ୟଗୁଡ଼ିକ ପକ୍ଷରୁ ବିରୋଧ କରାଯାଉଛି।