Breaking PLUSଓଡ଼ିଶାଦେଶବିଧାନସଭାମୁଖ୍ୟ ଖବର

ଦୁଇବର୍ଷ ବ୍ୟବଧାନ ପରେ ବିଧାନସଭାରେ ଯୋଗ ଦେଲେ ନବୀନ

ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ବଜେଟ ଅଧିବେଶନ।

ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ବଜେଟ ଅଧିବେଶନ। ୩୧ ତାରିଖ ପର୍ୟ୍ୟନ୍ତ ଚାଲିବକୁ ଥିବା ଏହି ଅଧିବେଶନରେ ମୋଟ ୬ଟି କାର୍ୟ୍ୟଦିବସ ରହିଛି। ୩୦ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ମାର୍ଚ୍ଚ ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଂଜୁରି ବିଲ୍ ପାରିତ ହେବ । ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ରଖିଛନ୍ତି। ତାହାପରେ ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସହ ୯ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କ ପାଇଁ ପ୍ରସ୍ତାବ ଆଗତ ହେବ । ଗୃହ ମୁଲତବୀ ରହି ପୁଣି ୪ଟାରେ ଆରମ୍ଭ ହେବ । ୨୫, ୨୬ ଓ ୨୮ ତାରିଖ ତିନି ଦିନ ଧରି ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ । ସଂପୂର୍ଣ୍ଣ କୋଭିଡ୍ କଟକଣାରେ ଗୃହକାର୍ୟ୍ୟ ହେବ । ତେବେ ଦୀର୍ଘଦିନର ବ୍ୟବଧାନ ପରେ ବିଧାନସଭାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ଯୋଗୁଁ ଦୀର୍ଘ ଦିନ ହେଲା ମୁଖ୍ୟମନ୍ତ୍ରୀ ବିଧାନସଭା ଆସୁନଥିଲେ । କୋଭିଡ୍ ପରଠୁ ଭର୍ଚୁଆଲ ମୋଡରେ ଉପସ୍ଥିତ ରହୁଥିଲେ ନବୀନ । ତେବେ କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବାରୁ ପ୍ରାୟ ଦୁଇବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଆସି ଅଧିବେଶନରେ ଯୋଗ ଦେଇଛନ୍ତି ।

Show More

Related Articles

Back to top button