ବାଣିଜ୍ୟମୁଖ୍ୟ ଖବର

ଦେଶରେ ପିଆଜ ରପ୍ତାନି କଟକଣାକୁ କୋହଳ କଲେ ସରକାର

ଭାରତ ସରକାର ପିଆଜ ଉପରେ ଲାଗୁ ରପ୍ତାନି କଟକଣାକୁ ଉଠାଇ ନେଇଛନ୍ତି । ଆସନ୍ତା ମାର୍ଚ୍ଚ ୨୦୨୧ ସୁଦ୍ଧା ୧୦ ହଜାର ଟନ ପିଆଜ ରପ୍ତାନି ଲାଗି କେନ୍ଦ୍ର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଅନୁମତି ଦିଆଯାଇଛି

ଡିଜିଏଫଟି ବିଜ୍ଞପ୍ତି ଅନୁସାରେ ଦୁଇଟି କିସମର ପିଆଜ –ବାଙ୍ଗାଲୋର ରୋଜ୍ ଅନିଅନ୍ସ ଓ କ୍ରିଷ୍ଣାପୁରମ ଅନିଅନ୍ସ ରପ୍ତାନିକୁ ଅନୁମତି ଦିଆଯାଇଛି । ଆହୁରି ମଧ୍ୟ କେବଳ ଚେନ୍ନାଇ ବନ୍ଦର ଦେଇ ଏହି ରପ୍ତାନି କରାଯାଇପାରିବ ।ଗତ ମାସରେ ଭାରତ ସରକାର ଦେଶରୁ ପିଆଜ ରପ୍ତାନି ଉପରେ କଟକଣା ଲଗାଇଥିଲେ । ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଫସଲ ପ୍ରଭାବିତ ହୋଇଥିଲା । ଏହା ଫଳରେ ଉତ୍ପାଦନ ହ୍ରାସ ପାଇ ଦେଶରେ ଦର ବୃଦ୍ଧି ପାଇଥିଲା ।

ଏହାକୁ ଦୃଷ୍ଟିରେ ରଖି ସରକାର ରପ୍ତାନି କଟକଣା ଲଗାଇଥିଲେ । କିନ୍ତୁ ମହାରାଷ୍ଟ୍ରର ଚାଷୀମାନେ ଏହାକୁ ପ୍ରବଳ ବିରୋଧ କରିଥିଲେ । ଖୁବଶୀଘ୍ର ରପ୍ତାନି କଟକଣା ହଟାଇବାକୁ ସେମାନେ ଦାବି କରିଥିଲେ ।ଏବେ ବି ଦେଶରେ ପିଆଜର ଦର ବଢିଚାଲିଥିବା ସତ୍ତ୍ବେ ସରକାର ପିଆଜ ରପ୍ତାନି କଟକଣାକୁ ସାମାନ୍ୟ କୋହଳ କରିଛନ୍ତି । ପିଆଜ ଚାଷୀଙ୍କ ଦାବିକୁ ମାନି ସରକାର ଏହି ପଦକ୍ଷେପ ନେଇଥିବା ମନେକରାଯାଉଛି । କିନ୍ତୁ ସରକାରଙ୍କ ଏହି ପଦକ୍ଷେପ ପରେ ଦେଶରେ ପିଆଜ ଦର କମିବାର ଆଶା ମଉଳିଯାଇଛି।

Show More

Related Articles

Back to top button