Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଏଲିଅନ୍ ଓ ଉଡନ୍ତା ଥାଳିଆ ସମ୍ପର୍କରେ ନାସାର ଖୁଲାସା

ନ୍ୟୁୟର୍କ – ନାସା ଏବେ ଦୁନିଆର ସବୁଠାରୁ ବଡ ଖୁଲାସା କରିଛି । ୟୁଏଫ୍‌ଓ ଏବଂ ୟୁଏପି ବିଷୟରେ ନାସା ସୂଚନା ଦେଇଛି । ଏବେ ୟୁଏଫ୍‌ଓ ଏବଂ ୟୁଏପି ବିଷୟରେ ଖୁଲାସା କରାଯାଇଛି । ବିଶ୍ୱର ବାତାବରଣରେ ୟୁଏଫ୍‌ଓ ଦେଖାଯାଇଥିବା କଥା ନାସା ସ୍ୱୀକାର କରିଛି । ମାତ୍ର ଏ ବିଷୟରେ ଅଧିକ ଗବେଷଣା କରାଯାଇ ନଥିବା କଥା ନାସା ପକ୍ଷରୁ ପ୍ରକାଶ କରାଯାଇଛି । ପୃଥିବୀରୁ ଅନ୍ତରୀକ୍ଷ ମଧ୍ୟରେ ଏପରି ବସ୍ତୁକୁ ବା ଉଡନ୍ତା ଥାଳିଆ ଦେଖିଥିବା କଥା ନାସା ପକ୍ଷରୁ କୁହାଯାଛି ।

ଏବେ ନାସା ଏହାର ସ୍ୱତନ୍ତ୍ର ଭାବେ ଅଧ୍ୟୟନ କରିବ । ଏହାର ଗବେଷଣା ଜୋରସୋରେ କରିବ । ୟୁଏଫ୍‌ଓ ବା ଆମେ ଯାହାକୁ ଉଡନ୍ତା ଥାଳିଆ ବୋଲି କହିଥାଉ ତାହାକୁ ନାସା ପକ୍ଷରୁ ୟୁଏପି କୁହାଯାଉଛି । ଏହା ଅନ୍‌ଆଇଡେଣ୍ଟି ଫାଏଡ୍‌ ଆନାମାଲୋସ୍‌ ଫେନେମେନା ।

ଏହାର ହାଇକ୍ୱାଲିଟି ଭିଡିଓ କିମ୍ବା ଚିତ୍ର ନାସା ପାଖରେ ନଥିବାରୁ ଅଧିକ ଗବେଷଣା ସମ୍ଭବ ହୋଇ ନଥିବା କଥା କୁହାଯାଇଛି । ଏବେ ନାସା ପକ୍ଷରୁ ୧୬ ଜଣଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି । ଏମାନେ ୟୁଏଫ୍‌ଓ ବିଷୟରେ ଗବେଷଣା କରିବେ । ଏଥିରେ ବିଜ୍ଞାନ, ବିମାନଚଳାଚଳ ଏବଂ ଡାଟା ବୈଜ୍ଞାନିକ ସାମିଲ ଅଛନ୍ତି ।

ପୃଥିବୀରୁ ଅନ୍ତରୀକ୍ଷ ମଧ୍ୟରେ ଏପରି ୟୁଏଫ୍ଓ ଦେଖାଯାଇଛି ।ନାସା ପକ୍ଷରୁ ୯ ମାସ ଏବିଷୟରେ ଅନେକ ଥର ଯାଞ୍ଚ କରାଯାଇଛି । ପୂର୍ବରୁ ପେଣ୍ଟାଗନ୍‌ ପକ୍ଷରୁ ଏଲିୟନ୍‌ ଆସି ନଥିବା କଥା କହିଥିଲା। ଯେ ପର୍ଯ୍ୟନ୍ତ ଠୋସ୍‌ ପ୍ରମାଣ ନ ମିଳିଛି ସେ ପର୍ଯ୍ୟନ୍ତ ଏଲିଏନ୍ ନାହାନ୍ତି ବୋଲି ଧରାଯିବ ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି ।

ଆମେରିକାର ଏକ ସରକାରୀ ରିପୋର୍ଟରେ ୨୦୦୪ ମସିହା ପର୍ଯନ୍ତ ଏପରି ୧୪୦ଟି ମାମଲା ଆସିଥିବା କଥା କୁହାଯାଇଛି । ଏଥିରେ ଏଲିୟନଙ୍କ ସ୍ପେସ୍‌ ସିପ୍‌ ଆସିଥିବା କଥା ଦାବି କରାଯାଇଛି ।

Show More

Related Articles

Back to top button