Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ନବ ଦାସ ହତ୍ୟା ମାମଲା, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଭୁବନେଶ୍ୱର, 29 ଜାନୁଆରୀ – ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ବର୍ଷେ ପୂରିଛି । ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଉପରୁ ପରଦା ଉଠି ପାରିନାହିଁ । ଏହି ପରିପ୍ରେକ୍ଷୀରେ ପୁଣି ସିବିଆଇ ତଦନ୍ତ ଦୋହରାଇଛି ରାଜ୍ୟ ବିଜେପି । ଅନ୍ୟପକ୍ଷରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି ବିଜେପି ।
ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗଣତନ୍ତ୍ର ମନ୍ଦିର ବିଧାନସଭାକୁ ମୁଖ୍ୟମନ୍ତ୍ରୀ ମିଛକହି ଅପବିତ୍ର କରିଛନ୍ତି । ନବ ଦାସ ହତ୍ୟା ମାମଲାର ଏଫବିଆଇ ତଦନ୍ତ କରିବ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ । ଏଫବିଆଇ କୁଆଡେ ଗଲା, ଏଭଳି ଉଦ୍ଭଟ ପରିକଳ୍ପନା କାହିଁକି କଲେ ମୁଖ୍ୟମନ୍ତ୍ରୀ ବୋଲି ବିଜେପି ପ୍ରଶ୍ନ କରିଛନ୍ତିି । ଆସନ୍ତା ୫ ତାରିଖରେ ବିଧାନସଭା ଆରମ୍ଭ ହେବାକୁ ଯାଉଛି । ମିଛ କହିଥିବାରୁ ବିଧାନସଭାରେ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ । ଏହାସହ ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ବିଜେପି ଦାବି କରିଛି ।

Show More

Related Articles

Back to top button