Breaking PLUSଦେଶ ବିଦେଶମୁଖ୍ୟ ଖବର

ଜଳୁଛି ମିଆଁମାର, ସେନା ଗୁଳିରେ ୧୮ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ

ମିଆଁମାରରେ ହେଉଥିବା ପ୍ରଦର୍ଶନକୁ ସେନା ଦ୍ୱାରା ନିୟନ୍ତ୍ରଣ କରାଯାଉଛି । ରବିବାର ସେନା ଦ୍ୱାରା ଗୁଳିଚାଳନା କରାଯିବା ଫଳରେ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ସଂଖ୍ୟା ୧୮ରେ ପହଂଚିଛି

ମିଆଁମାରରେ ହେଉଥିବା ପ୍ରଦର୍ଶନକୁ ସେନା ଦ୍ୱାରା ନିୟନ୍ତ୍ରଣ କରାଯାଉଛି । ରବିବାର ସେନା ଦ୍ୱାରା ଗୁଳିଚାଳନା କରାଯିବା ଫଳରେ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ସଂଖ୍ୟା ୧୮ରେ ପହଂଚିଛି । ଏହି ପ୍ରଦର୍ଶନରେ ଅଂଶଗ୍ରହଣ କରିଥିବା ଶତାଧିକ ପ୍ରଦର୍ଶନକାରୀ ଆହତ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ମିଆଁମାରର ଏଭଳି କ୍ରୁର ବ୍ୟବହାର ଏବେ ବିଶ୍ୱବ୍ୟାପୀ ଆଲୋଚନା ହେଉଛି । ସଂଯୁକ୍ତ ରାଷ୍ଟ୍ର ଏହି ଗୁଳିମାଡ଼ ଘଟଣାକୁ ତୀବ୍ର ନିନ୍ଦା କରିଛି । ତେଣୁ ସେନା ସାଧାରଣ ଲୋକଙ୍କ ଉପରେ ବଳ ପ୍ରୟୋଗ ନ କରୁ ବୋଲି ଅପିଲ କରିଛି ।

ସଂଯୁକ୍ତ ରାଷ୍ଟ୍ର ମାନବାଧିକାର କାର୍ଯ୍ୟାଳୟର ମୁଖପାତ୍ର ରବିନା ଶମଦାସାନୀ ଏକ ବୟାନରେ କହିଛନ୍ତି ଯେ, ମିଆଁମାରରେ ପ୍ରଦର୍ଶନକାରୀଙ୍କ ଉପରେ ହୋଇଥିବା ଗୁଳିମାଡ଼କୁ ନିନ୍ଦା କରୁଛି । ସେନାକୁ ଅପିଲ କରୁଛି ଯେ, ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଉପରେ ବଳ ପ୍ରୟୋଗ କରା ନଯାଉ । ସୂଚନାଯୋଗ୍ୟ, ରବିବାର ସେନା ୟାଙ୍ଗୁନ ସମେତ, ଡାଭି, ମାଣ୍ଡଲେ, ମ୍ୟେଇକ ବାଗୋ ଓ ପୋକୋକ୍କୁରେ ଭୀଡକୁ ଲକ୍ଷ୍ୟ ରଖି ଗୁଳି ଚଳାଇଥିଲା ।

ଏହାରି ମଧ୍ୟରେ ଭାରତ ମଧ୍ୟ ମିଆଁମାର ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛି । ମିଆଁମାର ଭାରତୀୟ ଦୂତାବାସ ତରଫରୁ ଏକ ବୟାନରେ କୁହାଯାଇଛି ଯେ, ସଂଯମ ରକ୍ଷା କରାଯାଉ । ଆଲୋଚନା ମାଧ୍ୟମରେ ପ୍ରସଙ୍ଗର ସମାଧାନ କରାଯାଇପାରିବ । ଭାରତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି ।

Show More

Related Articles

Back to top button