Breaking PLUSଦେଶ ବିଦେଶମୁଖ୍ୟ ଖବର

ଲଗାଣ ବର୍ଷାରେ ମୁମ୍ୱାଇ ବେହାଲ

ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୋମବାର ମୁମ୍ବାଇ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ମୁମ୍ବାଇ ଓ କୋଙ୍କଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ।

ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୋମବାର ମୁମ୍ବାଇ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ମୁମ୍ବାଇ ଓ କୋଙ୍କଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି । ବିଗତ କିଛି ଦିନ ଧରି ମୁମ୍ବାଇ ସମେତ ଥାଣେ, ପାଲଘର ଓ ରାୟଗଡ, ରତ୍ନିଗରି ଓ ସିନ୍ଧୁଦୁର୍ଗ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ଲାଗିରହିଛି । ରବିବାର ମୁମ୍ବାଇର ଚେମ୍ବୁର ଓ ଭିଖ୍ରୋଲି ଅଞ୍ଚଳରେ ବର୍ଷା ଯୋଗୁଁ ଅତଡା ଖସି ୩୩ ଜଣ ପ୍ରାଣ ହରାଇଥିବାବେଳେ ଆଉ କେତେକ ଅ।।ହତ ହୋଇଛନ୍ତି । ଏହି ଦୁଇଟି ଅଞ୍ଚଳରେ ଏକାଧିକ ଝୁମ୍ପୁଡି ଓ ମାଟିଘର ନଷ୍ଟ ହୋଇଯାଇଛି ।

ମୁମ୍ବାଇ ସହରର ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇପଡିଥିବାବେଳେ ସାଧାରଣ ଜୀବନଯାତ୍ରା ଏକପ୍ରକାର ଅଚଳ ହୋଇପଡିଛି । ଅତି ଜରୁରୀ କାର୍ଯ୍ୟ ନଥିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ମୁମ୍ବାଇର ଲାଇଫ୍‌ଲାଇନ କୁହାଯାଉଥିବା ଲୋକାଲ ଟ୍ରେନ ସେବା ବାଧାପ୍ରାପ୍ତ ହୋଇପଡିଛି । ଅଧିକାଂଶ ଟ୍ରେନ ଲାଇନ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବା ଓ ଅନ୍ୟ କେତେକ ଲାଇନରେ ମାଟିଅତଡା ଧସିଯାଇଥିବାରୁ ସେଣ୍ଟ୍ରାଲ ରେଲୱେ ଅନ୍ତର୍ଗତ ଲୋକାଲ ଟ୍ରେନ ସେବାକୁ ସାମୟିକଭାବେ ବାତିଲ କରାଯାଇଛି । ସୋମବାର ରାୟଗଡ ଜିଲ୍ଲାରେ ପ୍ରବଳ ବର୍ଷାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଆରବ ସାଗରକୁ ମାଛ ଧରିବାକୁ ଯାଇଥିବାବେଳେ ସୁରେଶ କୋଲିଙ୍କ ଛୋଟ ବୋଟ ବୁଡିଯିବାରୁ ସେ ପ୍ରାଣ ହରାଇଛନ୍ତି ।

କର୍ଜାତ ତାଲୁକର ଏକ ନଦୀରେ ପହଁରୁଥିବାବେଳେ ପ୍ରଦୀପ ଯୋଶୀ ଓ ପୋୟାଞ୍ଜେ ଡ୍ୟାମରେ ଦୀପକ ସିଂହ ଠାକୁର ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୁଣେ, ସତାରା ଓ କୋହ୍ଲାପୁର ଜିଲ୍ଲା ପାଇଁ ମଧ୍ୟ ରେର୍ଡ ଆଲର୍ଟ ସମେତ ନାସିକ ଜିଲ୍ଳ।। ପାଇଁ ସତର୍କ ନୋଟିିସ (ଅରେଞ୍ଜ ୱାର୍ଣ୍ଣିଂ) ଜାରି କରାଯାଇଛି । ୨୦ରୁ ୨୩ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାରେ ବର୍ଷା ବିତ୍ପାତ ଲାଗି ରହିବ ବୋଲି କୁହାଯାଇଛି । ରେଡ୍ ଆଲର୍ଟ ଜାରି କରାଯାଇଥିବା ଏହିି ସବୁ ଅଞ୍ଚଳରେ ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ଦୈନିକ ହାରାହାରି ୨୦୪ ମିଲିମିଟର ବର୍ଷା ହେବ ବୋଲି ଆକଳନ କରାଯାଇଛି । ଅରେଞ୍ଜ୍ ୱାର୍ଣ୍ଣିଂ ଜିଲ୍ଲାରେ ଏହି ପରିମାଣ ୬୪ରୁ ୨୦୦ ମିଲିମିଟର ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

Show More

Related Articles

Back to top button