Breaking PLUSବାଣିଜ୍ୟମୁଖ୍ୟ ଖବର

ମୁକେଶ ଅମ୍ବାନୀଙ୍କ ସ୍ଥାନ ନେବେ ଆକାଶ ଅମ୍ବାନୀ

ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଆକାଶ ଅମ୍ବାନୀଙ୍କୁ ବୋର୍ଡର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ମୁକେଶ ଅମ୍ବାନୀଙ୍କ ସ୍ଥାନ ନେବେ ତାଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ।ଏବେ ଆକାଶ ଅମ୍ବାନୀ ସମ୍ଭାଳିବେ ‘ରିଲାଏନ୍ସ ଜିଓ’ର କମାଣ। ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ ଆଜି ଏ ସମ୍ପର୍କରେ ସେଆର ବଜାରକୁ ସୂଚନା ଦେଇଛି। କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଜୁନ ୨୭ ତାରିଖରେ ମୁକେଶ ଅମ୍ବାନୀ ଇସ୍ତଫା ଦେଇଥିଲେ। ତେଣୁ ରିଲାଏନ୍ସ ଜିଓର ଏହି ପଦବୀରେ ଆକାଶ ଅମ୍ବାନୀଙ୍କୁ ନିଯୁକ୍ତ କରାଯାଇଛି। ଏହା ସହ କମ୍ପାନିର ବୋର୍ଡ ଅଫ୍ ଡାଇରେକ୍ଟର ନନ୍ ଏକଜିକ୍ୟୁଟିଭ୍ ଡାଇରେକ୍ଟର ଆକାଶ ଅମ୍ବାନୀଙ୍କୁ ଅଧ୍ୟକ୍ଷ ନିଯୁକ୍ତି କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

 

Show More

Related Articles

Back to top button