ଏକମୋ ଚିକିତ୍ସା ପାଇଁ 50 ଲକ୍ଷ ଟଙ୍କା ଆବଶ୍ୟକ, ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ପତ୍ନୀଙ୍କ ଆକୁଳ ନିବେଦନ
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ରୋଗୀଙ୍କୁ ଏକମୋ ଚିକିତ୍ସାର ଆବଶ୍ୟକତା ଥିବା ନେଇ ଜଣାପଡିଛି। ଭୁବନେଶ୍ୱରର ଆପଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭଦ୍ରକର 49 ବର୍ଷୀୟ ମୃତ୍ୟୁଞ୍ଜୟ ପାତ୍ରଙ୍କୁ ଏକମୋ ଚିକିତ୍ସାର ଆବଶ୍ୟକତା ଥିବା ନେଇ ମେଡିକାଲ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଭେଣ୍ଟିଲେଟର ସହାୟତାରେ ଥିବା ମୃତ୍ୟୁଞ୍ଜୟଙ୍କର ଫୁସଫୁସ 90 ପ୍ରତିଶତ ନଷ୍ଟ ହୋଇସାରିଥିବାବେଳେ ବର୍ତ୍ତମାନ ତାଙ୍କ ଜୀବନ ବଞ୍ଚାଇବା ପାଇଁ କେବଳ ଏକମୋ ଚିକିତ୍ସା ହିଁ ଏକମାତ୍ର ଭରଷା ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି।
ରାଜ୍ୟସରକାରଙ୍କ ଓଡ଼ିଶା ଷ୍ଟେଟ୍ ହାଉସିଂ ବୋର୍ଡର କର୍ମଚାରୀ ଶ୍ରୀ ପାତ୍ର ଜୁନ 10ରେ କରୋନା ସଂକ୍ରମିତ ହେବାପରେ ଭଦ୍ରକ ଜିଲ୍ଲା ହସ୍ପିଟାଲରେ କୋଭିଡ୍ ୱାର୍ଡରେ ଭର୍ତ୍ତି ହୋଇଥିଲେ। ହେଲେ ପରବର୍ତ୍ତି ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା କୌଣସି ସୁଧାର ନ ଆସିବାରୁ ଜୁଲାଇ 7 ତାରିଖରୁ ତାଙ୍କ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି।
ତାଙ୍କ ପୁତୁରା ମନୋରଞ୍ଜନ ଜେନାଙ୍କ ସୂଚନା ଅନୁଯାୟୀ ପରିବାର ପକ୍ଷରୁ ପ୍ରାୟ 20 ଲକ୍ଷ ଟଙ୍କା ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚ କରିସାରିଲେଣି । ରାଜ୍ୟ ବାହାରେ ଏକମୋ ଚିକିତ୍ସା ପାଇଁ ତାଙ୍କୁ 50 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଆବଶ୍ୟକ ଥିବାବେଳେ ତାଙ୍କ ପରିବାର ପକ୍ଷରେ ଏତେ ଟଙ୍କା ଯୋଗାଡ କରିବା ସମ୍ଭବ ପର ହେଉନାହିଁ। ତେଣୁ ରାଜ୍ୟବାସୀଙ୍କୁ ତାଙ୍କୁ ସହାୟତା କରିବା ପାଇଁ ତାଙ୍କ ପୁତୁରା ଓ ପତ୍ନୀ ଅନୁରୋଧ କରିଛନ୍ତି।