ଓଡ଼ିଶାବ୍ୟକ୍ତିତ୍ୱ

ଭୁବନେଶ୍ୱର ଫେରିଲେ ସାଂସଦ ଅପରାଜିତା,ବିମାନ ବନ୍ଦର ଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ଆଜି ଭୁବନେଶ୍ୱର ଫେରିଲେ ସାଂସଦ ଅପରାଜିତା । ଏସିଆ ପାସିଫିକ ଗ୍ରୁପର IPU ପାନେଲର ସଦସ୍ୟା ହେବା ପରେ ଭୁବନେଶ୍ୱର ଫେରିଲେ ସାଂସଦ ଅପରାଜିତା ଷଡଙ୍ଗୀ । ପ୍ରଥମ ଓଡ଼ିଆ ଭାବେ ଆନ୍ତର୍ଜାତୀୟ IPU ନିର୍ବାଚନ ଭାରତକୁ ଜିତାଇ ଗୌରବ ଆଣିଥିବାରୁ ଆଜି ଭୁବନେଶ୍ୱର ବିମାନ ବନ୍ଦର ଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ସହିତ ସ୍ୱାଗତ କରାଯାଇଥିଲା ।

ଏହି ଅବସରରେ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ସଂସଦୀୟ କ୍ଷେତ୍ର ଏବଂ ଓଡ଼ିଶାର ରଜ୍ୟର ବିଭିନ୍ନ ଜିଲ୍ଲାର ଜନ ସାଧାରଣ ଏକତ୍ରିତ ହୋଇଥିଲେ l ସମସ୍ତଙ୍କ ଉତ୍ସାହ ଅତ୍ୟନ୍ତ ଅଭୁତପୁର୍ବ ଥିଲା l

ଭୁବନେଶ୍ବର ସାଂସଦ ଅପରାଜିତା, ରଓ୍ବାଣ୍ଡାର କିଗାଲିଠାରେ ଅନୁଷ୍ଠିତ ଆଇପିୟୁର ଅନୁଷ୍ଠିତ ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ମୋଟ ୧୮ ଟି ଭୋଟରୁ ୧୨ ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଅନ୍ତଃ ସଂସଦୀୟ ୟୁନିୟନ ( ଆଇପିୟୁ)ର କାର୍ଯ୍ୟକାରିଣୀ କମିଟିକୁ ନିର୍ବଚିତ ହେବା ଦ୍ବାରା ଭାରତକୁ ସଭାପତି ପଦ ଫେରିଛି। ଏହି ଖୁସିରେ ତାଙ୍କ ସମର୍ଥକମାନେ ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ଭିଡ ଜମାଇଥିଲେ ।

Show More

Related Articles

Back to top button